ଆଉ ନାହାନ୍ତ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

0

ଭୁବନେଶ୍ବର, ୨।୬: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କର ଆଜି ଦେହାନ୍ତ ହୋଇଯାଇଛି। ପ୍ରାୟ ଏକ ମାସ ଧରି ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା।

ସେ ଭଦ୍ରକ ବାସୁଦେବପୁର ବିଧାନସଭା ଆସନରୁ ୧୯୯୦ ମସିହାରୁ ବିଧାନସଭାକୁ ଅନେକ ଥର ନିର୍ବାଚିତ ହୋଇ ଆସିଛନ୍ତି । ୧୯୯୦ ମସିହାରୁ ୨୦୧୪ ପର୍ଯ୍ୟନ୍ତ ଲଗାତାର ୬ ଥର ପାଇଁ ସେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୧୯ ମସିହାରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ଏହି ଆସନରୁ ନିର୍ବାଚନ ଲଢି ଜିତିଥିଲେ । ବିଜଶ୍ରୀ ରାଉତରାୟ ବିଜେଡିର ଉପସଭାପତି ଭାବ ୨୦୨୦ ମସିହାରେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

ନବୀନ ପଟ୍ଟନାୟକଙ୍କ ସରକାରରେ ସେ ଅନେକ ଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇଛନ୍ତି । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ହେଉଛନ୍ତି ବିଜୟଶ୍ରୀ ରାଉତରାୟ । ୨୦୦୦, ୨୦୦୪, ୨୦୦୯ ଏବଂ ୨୦୧୪ରେ ବିଜେଡି ଟିକେଟ୍‌ରେ ବାସୁଦେବପୁର ନିର୍ବାଚନ ମଣ୍ଡଳରୁ କ୍ରମାଗତ ବିଜୟୀ ହୋଇଥିଲେ। ୧୯୫୩ ମସିହା ଜୁଲାଇ ୨୮ରେ ଜନ୍ମ ଗ୍ରହଣ କରିଥିବା ବିଜେଡିର ଏହି ପୁରୁଖା ନେତା ସରକାରରେ ଅନେକ ବିଭାଗରେ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରୀ ପଦ ସମ୍ଭାଳିଥିଲେ। 

Leave A Reply

Your email address will not be published.