ପୁରୀ ବେଳାଭୂମିରେ ଫୁଲଡ୍ରେସ ଏୟାର ସୋ’

ପୁରୀ, ୧୭/୯: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି। ଏହାକୁ ଅଧିକ ଦେଶପ୍ରେମ କରିବା ଉଦ୍ଦେଶ୍ୟରେ ବାୟୁସେନାର ୯ଟି ହକ୍ ବିମାନ ଦ୍ଵାରା ସୂର୍ଯ୍ୟ କିରଣ ସୋ ମାଧ୍ୟମରେ ପୁରୀ ସମୁଦ୍ର କୂଳରେ ପ୍ରଦର୍ଶିତ  କରାଯାଇଛି ଦୁଃସାହାସିକ ଓ ରୋମାଚଂକର କଳାକୌଶଳ।

ଶନିବାର ପୂର୍ବାହ୍ନ ୧୦ଟା ୨୦ ମିନିଟ ସମୟରେ ପୁରୀ ବେଳାଭୂମି ବ୍ଲୁ ଫ୍ଲାଗ୍‌ବିଚଠାରେ ବାୟୁସେନା ପକ୍ଷରୁ ଫୁଲ ଡ୍ରେସ ରିହର୍ସଲ ଏୟାର ସୋ’ ଅନୁଷ୍ଠିତ ହୋଇଥିଲା। ଆକାଶମାର୍ଗରେ ବାୟୁସେନା ପକ୍ଷରୁ ଭଳିକି ଭଳି କୌଶଳ ପ୍ରଦର୍ଶନ କରାଯାଇଥିଲା। ଯାହାକୁ ଦେଖି ଉପସ୍ଥିତ ହଜାର ହଜାର ଦର୍ଶକ ମନମୁଗ୍ଧ ହୋଇ ଯାଇଥିଲେ।

ଏହି କାର୍ଯ୍ୟକ୍ରମ ରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା, ମନ୍ଦିର କମିଟି ସଦସ୍ୟ ଓ କର୍ମକର୍ତ୍ତା, ସେବାୟତ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଦିଲ୍ଲୀପ କୁମାର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ,ଅତିରିକ୍ତ ଏସ ପି ମିହିର ପ୍ରସାଦ ପଣ୍ଡା, ବିଭିନ୍ନ ବିଭାଗର ଅଧିକାରୀ,କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି,ସ୍ୱଛାସେବୀ, ଏନସିସି କ୍ୟାଡେଟ, ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଓ ସାଧାରଣ ଲୋକ ମାନେ ଯୋଗ ଦେଇ ଏୟାର ସୋ ଉପଭୋଗ କରିଥିଲେ।

 

Comments are closed.