ଆସନ୍ତାକାଲି ଭକ୍ତଙ୍କୁ ତାରିଣୀ ମନ୍ଦିର ମନା

ଘଟଗାଁ, ୧୩।୧: ରାଜ୍ୟରେ ଓମିକ୍ରନ ଓ କରୋନା ଆକ୍ରାନ୍ତଙ୍କ  ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କୋଭିଡ କଟକଣା ମଧ୍ୟ ବୃଦ୍ଧି ହେବାରେ ଲାଗିଛି। ମଠ, ମନ୍ଦିର ଓ ଧର୍ମାନୁଷ୍ଠାନରେ ଭିଡ଼ ଏଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଉଛି। ୧୪ ତାରିଖରେ ମକର ସଂକ୍ରାନ୍ତି ଅବସରରେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠରେ ସାଧାରଣ ଦର୍ଶନ ପାଇଁ ନିଷେଧାଦେଶ ଜାରି ହୋଇଛି।  ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଆଜି ମନ୍ଦିର ପ୍ରଶାସନ ଏହି  ସୂଚନା ଦେଇଛନ୍ତି।

ଏହି ଗଣପର୍ବରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ମା’ ତାରିଣୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବାରୁ ଏହି କଟକଣା ଜାରି କରିଛନ୍ତି। ଏହା ସହିତ ଏହି ଦିନ ଜିଲ୍ଲାର ଅନ୍ୟ ସମସ୍ତ ମନ୍ଦିରରେ ମଧ୍ୟ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏହି ନିର୍ଦ୍ଦେଶନାମା ସମ୍ପର୍କରେ ମଧ୍ୟ ପତ୍ର ମାଧ୍ୟମରେ ସମସ୍ତ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଏହି ଦିନ ସଧାରଣ ଦର୍ଶନ ବ୍ୟତୀତ ମନ୍ଦିର ଗୁଡିକରେ ପୂର୍ବପରି ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାବିଧି ଜାରି ରହିବା ନେଇ ସୂଚନା ମିଳିଛି।

Comments are closed.