କାଶୀପୁର ଝାଡ଼ାବାନ୍ତିରେ ମୃତ୍ୟୁ ଘଟଣା: ୭୨ ଘଣ୍ଟାରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର,୧୬।୭: କାଶୀପୁର ଝାଡ଼ାବାନ୍ତିରେ ମୃତ୍ୟୁ ଘଟଣାର ୭୨ ଘଣ୍ଟା ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ନିର୍ଦେଶ ଦେଇଛନ୍ତି। ରାୟଗଡ଼ା ସିଡିଏମଓଙ୍କୁ ଏହି  ନିର୍ଦେଶ ଦିଆଯାଇଛି। ସେହିପରି ଅଭିଜ୍ଞ ଡାକ୍ତରକୁ ସ୍ବାସ୍ଥ୍ୟ ଟିମ୍‌ରେ ପଠାଇବାକୁ ନିର୍ଦେଶ ମଧ୍ୟ ଦେଇଛନ୍ତି। କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ମଧ୍ୟ ଉଠାଯାଇଛି।

ସୂଚନାଯୋଗ୍ୟ, କାଶୀପୁର ବ୍ଳକରେ ଝାଡ଼ାବାନ୍ତି ବ୍ୟାପି ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୫ ଜଣ ଆକ୍ରାନ୍ତ ହୋଇଛନ୍ତି। ବ୍ଲକର ଟିକିରି, ଗୋବରିଘାଟି, ବଡ଼ମାରିଭଟ୍ଟା, ଜଲାକୁରା, ରାଉତଘାଟି, କାକୁଡ଼ିପଦର ଭଳି ବିଭିନ୍ନ ଗାଁରେ  ଅଧିକାଂଶ ଲୋକ ଆକ୍ରାନ୍ତ ହୋଇଛନ୍ତି।  ବିଶେଷ କରି ଡଙ୍ଗାସିଲ, ରେଙ୍ଗା, ହାଡ଼ିଗୁଡ଼ା, ମାଇକଞ୍ଚ, ଶଙ୍କରଡ଼ା, କୁଚେଇପଦରୀ ପଞ୍ଚାୟତର ଅନେକ ଦୁର୍ଗମ ଗାଁରେ ଅବସ୍ଥା ସଙ୍ଗୀନ ରହିଛି। ଏକ ଡାକ୍ତରୀ ଟିମ୍ ଆକ୍ରାନ୍ତ ଗାଁକୁ ଯାଇ ଲୋକଙ୍କ ଚିକିତ୍ସା କରୁଛନ୍ତି।

 

Comments are closed.