ବିମାନବନ୍ଦରରୁ ଧରାପଡ଼ିଲା ବନ୍ଧୁକ

ଭୁବନେଶ୍ବର, ୬।୧: ଭୁବନେଶ୍ୱର ବିମାନବନ୍ଦରରେ ଜଣେ ଯାତ୍ରୀ ବନ୍ଧୁକ ସହ ଧରାପଡ଼ିଛନ୍ତି। ଚେକିଂ ବେଳେ ଯାତ୍ରୀ ଜଣକ ଧରାପଡ଼ିଛନ୍ତି। ଯାତ୍ରୀ ଜଣକ ଏୟାର ଏସିଆ ବିମାନରେ ବେଙ୍ଗାଲୁରୁ ଯାଇଥାନ୍ତେ। ତେବେ ବିମାନବନ୍ଦରରେ ଚେକିଂ ବେଳେ ଧରାପଡ଼ିଥିବା ବନ୍ଧୁକର କୌଣସି କାଗଜପତ୍ର ନଥିଲା। ସେଥିପାଇଁ ସମ୍ପୃକ୍ତ ଯାତ୍ରୀଙ୍କୁ ଏୟାରପୋର୍ଟ ଥାନାକୁ ହସ୍ତାନ୍ତର କରାଯାଇଛି। ଗୋଲ୍‌ଡ ମାଫିଆଙ୍କ ପାଇଁ ଏକଦା ଭୁବନେଶ୍ବର ବିମାନବନ୍ଦର ସୁରକ୍ଷିତ ସ୍ଥାନ ପାଲଟି ଥିବା ବେଳେ କଷ୍ଟମ ବିଭାଗର ତତ୍ପରତା ପରେ ସୁନା ଚୋରା ଚାଲଣର ପର୍ଦାଫାସ ହୋଇଥିଲା। କୋଟି କୋଟି ଟଙ୍କାର ସୁନା ବି ଧରା ପଡ଼ିଥିଲା।

Comments are closed.