ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଆଉ ଦରକାର ନାଇ ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର, ୬।୧: ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଏଣିକି କୋଭିଡ୍‌ ଟେଷ୍ଟ ଜରୁରି ନୁହେଁ। ବିନା ଟେଷ୍ଟରେ ମଧ୍ୟ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ବିଏମ୍‌ସି କମିସନର ପ୍ରେମଚାନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି।

ଲିଙ୍ଗରାଜ ମନ୍ଦିର ପ୍ରବେଶ ପଥରେ ସମସ୍ତଙ୍କର ସ୍କ୍ରିନିଂ କରାଯିବ। ସ୍କ୍ରିନିଂ ବେଳେ ଯଦି କାହାର କୋଭିଡ୍‌ ଲକ୍ଷଣ ଦେଖା ଦିଏ, ତା’ ହେଲେ ଟେଷ୍ଟ କରାଯିବ। ତା’ସହିତ ସବୁ ବୟସର ଭକ୍ତ ମନ୍ଦିରକୁ ଯାଇ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ବୋଲି ବିଏମ୍‌ସି କମିସନର କହିଛନ୍ତି। ପୂର୍ବରୁ ମନ୍ଦିର ଖୋଲିଥିଲେ ମଧ୍ୟ ୧୦ ବର୍ଷରୁ କମ୍‌ ଓ ୬୫ ବର୍ଷରୁ ଅଧିକ ବୟସର ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ଉପରେ କଟକଣା ଲଗା ଯାଇଥିଲା। କୋଭିଡ୍‌ ସ୍ଥିତିରେ ସାମାନ୍ୟ ସୁଧାର ପରେ କଟକଣା ଭିତରେ ଡିସେମ୍ବର ୨୭ରେ ଖୋଲିଥିଲା ଲିଙ୍ଗରାଜ ମନ୍ଦିର।

ପ୍ରକାଶଯୋଗ୍ୟ, ଦୀର୍ଘ ୯ ମାସ ପରେ ଗତ ୨୭ ତାରିଖରେ ଖୋଲିଥିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ଥିଲା। ଏବେ ସମସ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ମିଳିଛି।

Comments are closed.