୩୦ ପ୍ରତିଶତରୁ ଆଉ କମିବନି ସିଲାବସ୍

ଭୁବନେଶ୍ବର ୫।୧ : ଆଉ କମିବନି ସିଲାବସ୍ ୩୦ ପ୍ରତିଶତ ସିଲାବସ୍ଆଗରୁ କମି ସାରିଛି। ରାଜ୍ୟରେ ସ୍କୁଲ ଖୋଲିବା ନେଇ ଘୋଷଣା ପରେ ପାଠପଢାକୁ ନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମନ୍ତ୍ରୀ କହିଛନ୍ତି, ‘ସିଲାବସ ୩୦ ପ୍ରତିଶତ କମିଛି, ଆଉ କମିବ ନାହିଁ ସ୍କୁଲରେ ୭୦ ପ୍ରତିଶତ ସିଲାବସ୍କୁ ନେଇ ପାଠପଢ଼ା ହେବ। ଗୋଟିଏ ଶ୍ରେଣୀରେ ୨୦ରୁ ୨୫ ଜଣ ପିଲା ପଢିବେ। ଅଧିକ ପିଲା ଥିଲେ ସେକ୍ସନ ସଂଖ୍ୟା ବଢାଯିବ। ଏହାସହିତ ସ୍କୁଲ ସାନିଟାଇଜେସନ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ବ ଦିଆଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ କ୍ଲାସ ହେବ ନାହିଁ ପିଲାଙ୍କୁ ୧୦୦ ଦିନ ପାଠପଢାର ଆବଶ୍ୟକତା ରହିଛି ଗତକାଲି ୧୫ରୁ ଅଧିକ ଡିଇଓ ଜିଲ୍ଲାପାଳଙ୍କ ବୈଠକ ସରିଛି। ବାକି ଜିଲ୍ଲାରେ ବୈଠକ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.