ଆସନ୍ତା ୧୦ ବର୍ଷ ପାଇଁ ଜାତୀୟ ହକି ଟିମ୍‌କୁ ସ୍ପନ୍‌ସର୍‌ କରିବ ଓଡ଼ିଶା

ଭୁବନେଶ୍ବର, ୧୭।୮: ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଜାତୀୟ ହକି ଟିମ୍‌ର ସ୍ପନ୍‌ସର୍‌ କରିବ ଓଡ଼ିଶା। ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଜାତୀୟ ସ୍ତରରେ ହକିର ଉତଥାନ ପାଇଁ ଓଡ଼ିଶାର ପ୍ରମୁଖ ଭୂମିକା ଗ୍ରହଣ କରିଛି। ଅଲିମ୍ପିକ୍‌ରେ ଜାତୀୟ ମହିଳା ଓ ପୁରୁଷ ହକି ଦଳ ବେଶ୍‌ ଉଚ୍ଚକୋଟୀର ଖେଳର ପ୍ରଦର୍ଶନ କରିଛନ୍ତି। ଉଭୟ ଦଳ ସେମିଫାଇନାଲ୍‌କୁ ଯାଇଥିବା ବେଳେ ପୁରୁଷ ଦଳ କାଂସ୍ୟ ପଦକ ଜିତିଛନ୍ତି। ଏଥିପାଇଁ ଆଜି ଓଡ଼ିଶାରେ ସମସ୍ତ ହକି ଖେଳାଳିଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି। ଏହି ଅବସରରେ ଆସନ୍ତା ୧୦ ବର୍ଷ ପାଇଁ ଜାତୀୟ ହକି ଟିମ୍‌ର ସ୍ପନସରସିପ୍ ଓଡ଼ିଶା କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଅଲିମ୍ପିକ୍‌ରେ ସାମିଲ ହୋଇଥିବା ସମସ୍ତ ହକି ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏଁ ଓ ତାଙ୍କ ସହ ଥିବା କର୍ମଚାରୀଙ୍କୁ ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏକ ଭବ୍ୟ କାର୍ଯ୍ୟକ୍ରମରେ ହକି ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଛି ।

Comments are closed.