ଜୟନାରାୟଣ ମିଶ୍ର ହେଲେ ବିରୋଧୀ ଦଳ ନେତା

ଭୁବନେଶ୍ବର, ୩୦।୭: ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର  ବିରୋଧୀ ଦଳର ନୂଆ ନେତା ମନୋନୀତ ହୋଇଛନ୍ତି ପୂର୍ବରୁ ଥିବା ବିରୋଧୀ ଦଳର ନେତା  ପ୍ରଦୀପ୍ତ ନାୟକଙ୍କ ସ୍ଥାନରେ ଜୟନାରାୟଣ ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ପ୍ରଦୀପ୍ତ ନାୟକ ଦୀର୍ଘ ଦିନ ହେଲା ଅସୁସ୍ଥ ଅଛନ୍ତି। ସେ  ଅସୁସ୍ଥ ଥିବାରୁ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି। ବିଧାନସଭାରେ ସେ ଅନୁପସ୍ଥିତ ରହୁଛନ୍ତି। ସେଥିପାଇଁ ବିଜେପି ପକ୍ଷରୁ ଜୟନାରାୟଣଙ୍କୁ ଦାୟିତ୍ବ ଦିଆଯାଇଛି। ସେ ଜ​ଣେ ଲଢୁଆ ନେତା ଭାବେ  ରାଜ୍ୟରେ  ପରିଚିତ। ୨୦୧୯ ବିଧାନସଭା ନିର୍ବାଚନ ପରେ ପ୍ରଦୀପ୍ତଙ୍କୁ ବିରୋଧୀ ଦଳ ନେତା ଭାବେ ବିଜେପି ମନୋନୀତ କରିଥିଲା।

ସମ୍ବଲପୁରର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ଜୟ ନାରାୟଣ ୪ ଥର ବିଧାୟକ ଓ ମନ୍ତ୍ରୀ ରହିଛନ୍ତି।  ଜୟ ନାରାୟଣ  ସମ୍ବଲପୁର ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ଭାବେ ୨୦୦୦ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପୁଣି ୨୦୦୪ ଓ ୨୦୦୯​‌ରେ ସେ ସମ୍ବଲପୁର  ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ହ୍ରାଟିକ କରି ଥିଲେ। ତେବେ ୨୦୧୪ରେ ସେ ପରାଜୟ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ପୁଣି ଥରେ ସମ୍ବଲପୁରରୁ ବିଜୟୀ ହୋଇଥିଲେ।

Comments are closed.