ଜେଇ ସିଭିଲ ମେନ୍ ପରୀକ୍ଷା ରଦ୍ଦ

ଭୁବନେଶ୍ବର,୨୩।୭: ଜେଇ ସିଭିଲ ମେନ ପରୀକ୍ଷାକୁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ରଦ୍ଦ କରିଛନ୍ତି।  ଟ୍ବିଟ୍ କରି ଏ ନେଇ ଓଏସଏସସି ଅଧ୍ୟକ୍ଷ ସୂଚନା ଦେଇଛନ୍ତି।  ତେବେ ସେପ୍ଟେମ୍ବର ୩ ତାରିଖରେ ପୁଣି ଥରେ ନୂତନ ପରୀକ୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି। ବାଲେଶ୍ବର ଏସପିଙ୍କ ରିପୋର୍ଟ ଆଧାରରେ ଏହି ପରୀକ୍ଷା ରଦ୍ଦ କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୧୬ ତାରିଖରେ ଜେଇ ମେନ ଲିଖିତ ପରୀକ୍ଷା ହୋଇଥିଲା।  ତେବେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ପତ୍ର ପୂର୍ବରୁ  ମିଳି ଯାଇଥିଲା। ଏ ନେଇ ବାଲେଶ୍ବରରେ ଚଢାଉ ହୋଇଥିଲା। ଏନେଇ ଲକ୍ଷାଧିକ ଟଙ୍କାର ଡିଲ୍‌ ହୋଇଥିବା ସନ୍ଦେହ କରାଯାଉଛି।

Comments are closed.