ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ କେଜ୍ରିୱାଲ

0

ନୂଆଦିଲ୍ଲୀ, ୯/୪: ଆମ୍‌ ଆଦମୀ ପାର୍ଟି (ଆପ୍‌) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ତାଙ୍କ ଗିରଫଦାରୀ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିବା ପାଇଁ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର କେଜ୍ରିୱାଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ ନୁହେଁ ବୋଲି କୋର୍ଟ ମତ ଦେଇଛନ୍ତି। ରିମାଣ୍ଡକୁ ବେଆଇନ ବୋଲି ବିଚାର କରାଯାଇ ପାରିବ ନାହିଁ ବୋଲି ଜଷ୍ଟିସ୍‌ ସ୍ୱର୍ଣ୍ଣ କାନ୍ତ ଶର୍ମା ରାୟ ଶୁଣାଇ କହିଛନ୍ତି।
ଗିରଫଦାରୀ ବ୍ୟତୀତ ଏବେ ବିଚାର ବିଭାଗୀୟ ହାଜତରେ ଥିବା କେଜ୍ରିୱାଲ ଏହି ମାମଲାରେ ତାଙ୍କୁ ଇଡି ହେପାଜତରେ ରଖିବାକୁ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ। ୨୦୨୧-୨୨ ପାଇଁ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ପ୍ରଣୟନ ଓ କାର୍ଯ୍ୟକାରୀ କରିବାରେ ଦୁର୍ନୀତି ଓ ମନି ଲଣ୍ଡରିଂ ଅଭିଯୋଗ ହୋଇଛି, ଯାହା ପରେ ନୂତନ ଅବକାରୀ ନୀତିକୁ ଉଚ୍ଛେଦ କରାଯାଇଥିଲା।

ଜାତୀୟ ଆଣ୍ଟି ମନି ଲଣ୍ଡରିଂ ଏଜେନ୍‌ସିର ଜବରଦସ୍ତ କାର୍ଯ୍ୟାନୁଷ୍ଠାନରୁ ହାଇକୋର୍ଟ ତାଙ୍କୁ ସୁରକ୍ଷା ଦେବାକୁ ମନା କରିବାର କିଛି ଘଣ୍ଟା ପରେ ମାର୍ଚ୍ଚ ୨୧ରେ ଇଡି କେଜ୍ରିଓ୍ଵାଲଙ୍କୁ ଗିରଫ କରିଥିଲା। ଇଡି ହାଜତ ଅବଧି ସରିବା ପରେ ତାଙ୍କୁ ନିମ୍ନ ଅଦାଲତରେ ହାଜର କରାଯିବା ପରେ ଏପ୍ରିଲ ୧ ତାରିଖରେ ତାଙ୍କୁ ଏହି ମାମଲାରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

Leave A Reply

Your email address will not be published.