ରାତି ୧୦ଟା ପୂର୍ବରୁ ଉଠିଲା ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ବର, ୧୧।୩: ରାତି ୧୦ଟା ପୂର୍ବରୁ ଉଠିଲା ଲିଙ୍ଗରାଜଙ୍କ ମହାଦୀପ। ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ ରାତି ୧୦ଟାରେ ଉଠିବାର କାର୍ଯ୍ୟକ୍ରମ ଥିଲା। ତା’ପୂର୍ବରୁ ଉଠିଛି ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ। ପାରମ୍ପରିକ ବେଢ଼ା ପରିକ୍ରମା ପରେ ମହାଦୀପ ଉଠିଛି। ମହାଶିବରାତ୍ରୀ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଏକାମ୍ର କ୍ଷେତ୍ର। କୋଭିଡ୍ କଟକଣା ଭିତରେ ଭୋରରୁ ପୀଠରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ମନ୍ଦିରରେ ଭକ୍ତଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁମାନେ ନିର୍ଜଳ ଉପବାସ ରଖିବା ସହ ଦୀପ ଜାଳି ଶିବଙ୍କ ଉପାସନା କରୁଛନ୍ତି।

ସେପଟେ ଶିବରାତ୍ରୀକୁ ନେଇ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କ୍ୟାପିଟାଲ୍‌ରେ ୩୪ ପ୍ଲାଟୁନ ପୁଲିସ ଫୋର୍ସ ମୁତନୟ କରାଯାଇଛି।  ଜାଗର ପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ସହରରେ ଆଡିସନାଲ ଡିସିପି ଓ ଏସିପି ରୢାଙ୍କର ଶହେରୁ ଊର୍ଦ୍ଧ୍ୱ ଅଧିକାରୀ ମୁତୟନ ଅଛନ୍ତି। ଟ୍ରାଫିକ୍ ପାଇଁ କଟକଣା ହୋଇଛି, କିଛି ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି। ଦର୍ଶନ ବେଳେ କୋଭିଡ୍ ଗାଇଡଲାଇନ ମାନିବାକୁ ଅପିଲ୍ କରିଛନ୍ତି  ଡିସିପି।

Comments are closed.