ଜଳପଥରେ ଓଡ଼ିଶା ପ୍ରବେଶ ଉପରେ ଲାଗିଲା ରୋକ୍‌

0

ଭୁବନେଶ୍ଵର, ୨୩/୦୪ବାହାର ରାଜ୍ୟରୁ ଜଳପଥରେ ଓଡ଼ିଶାରେ ପ୍ରବେଶ ଉପରେ ଲାଗିଲା ପ୍ରତିବନ୍ଧକ। ଜଳପଥ ଦେଇ ପ୍ରବାସୀ ଓଡ଼ିଶା ମଧ୍ୟକୁ ପ୍ରବେଶ କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଜଳପଥଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା ସମୁଦ୍ରତଟ ସୁରକ୍ଷାବଳ। କୌଣସି ବୋଟ୍ କିମ୍ବା ଡଙ୍ଗାକୁ ପ୍ରବେଶ ନିଷେଧ କରାଯାଇଛି। ଏଥିପାଇଁ ମେରାଇନ୍ ଥାନା ଅଧିନରେସାଗର ରକ୍ଷକ ଟିମ୍’ ଗଠନ ହୋଇଛି। ପାଖାପାଖି ଗାଁର ଯୁବଗୋଷ୍ଠୀଙ୍କୁ ନେଇ ଏହି ଟିମ୍ ଗଠନ ହୋଇଛି। ଜଳପଥରେ ଲୋକ ଆସିଲେ ସେମାନେ ମେରାଇନ ଥାନାକୁ ଜଣାଇବେ। ମେରାଇନ ଅଞ୍ଚଳରେ ରାତିରେ ପାଟ୍ରୋଲିଂ ହେବ। ରେଲୱେ ତଟରକ୍ଷୀ ସୁରକ୍ଷା ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି।

ଏତଦ୍ ବ୍ୟତିତ ପ୍ରବାସୀ ଆସିବା ସମ୍ଭାବନା ଥିବାରୁ ୧୮ଟି ମେରାଇନ୍ ଷ୍ଟେସନରେ ଚେକିଂ କଡ଼ାକଡ଼ି କରାଯାଉଛି। ଜଳପଥରେ ଆସୁଥିବା ପ୍ରବାସୀଙ୍କ ବିଷୟରେ ପ୍ରତ୍ୟେକ ଥାନାକୁ ସୂଚନା ଦିଆଯାଉଛି। ବାହାରୁ କୌଣସି ବୋଟ୍ ଆସିଲେ ବୋଟ୍ ସିଜ୍ ସହ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପ୍ରାଣବିନ୍ଦୁ ଆଚାର୍ଯ୍ୟ।

Leave A Reply

Your email address will not be published.