ବଢ଼ିଲା ମ୍ୟାଟ୍ରିକ୍ ଫର୍ମପୂରଣ ଅବଧି

ଭୁବନେଶ୍ବର, ୩।୨: ମ୍ୟାଟ୍ରିକ୍ ଫର୍ମପୂରଣ ଅବଧି ବଢ଼ାଇଲେ ରାଜ୍ୟ ସରକାର। ଫେବ୍ରୁଆରୀ ୧୦ ମଧ୍ୟରାତ୍ର ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଛି। ହାଇସ୍କୁଲ, ଓପନ ସ୍କୁଲ, ଧନ୍ଦାମୂଳକ ଶିକ୍ଷା ଫର୍ମପୂରଣ ଅବଧି ବୃଦ୍ଧି କରାଯାଇଛି। ଅବଧି ବୃଦ୍ଧି ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ଫେବ୍ରୁଆରୀ ୨ ଯାଏଁ ଥିଲା ଫର୍ମପୂରଣ ଅବଧି। ସେହିପରି ଏ ବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲ୍‌କୁ ଯିବାକୁ ପଡ଼ିବନି। ସେମାନେ ନିଜ ସ୍କୁଲ୍‌ରେ ହିଁ ଦେବେ ପରୀକ୍ଷା। ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନଥିଲେ ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏଥର ମ୍ୟାଟ୍ରିକ୍ ପରୀକ୍ଷାର ଅବଧି ମଧ୍ୟ ହ୍ରାସ କରି ଦିଆଯାଇଛି। ଛାତ୍ରଛାତ୍ରୀମାନଙ୍କୁ ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ଦିଆଯିବ। ପୂର୍ବରୁ ମାଟ୍ରିକ ପରୀକ୍ଷା ଫି ଛାଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରୀକ୍ଷା ଫି ଛାଡ଼ ଦ୍ୱାରା ଉପକୃତ ହେବେ ୬ ଲକ୍ଷ ଛାତ୍ରଛାତ୍ରୀ। ଆସନ୍ତା ମେ ୩ରୁ ମ୍ୟାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବ।

Comments are closed.