ମାଟ୍ରିକ୍‌ ପରୀକ୍ଷା ଫଳ ସ୍ବଚ୍ଛତାର ସହ ପ୍ରକାଶ ପାଇଛି: ବୋର୍ଡ କର୍ତ୍ତୃପକ୍ଷ

0

କଟକ ୨୮।୬ : ମାଟ୍ରିକ ପରୀକ୍ଷା ଫଳାଫଳଜନିତ ସମସ୍ୟା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବୋର୍ଡ କର୍ତ୍ତୃପକ୍ଷ। ସବୁ କିଛି ସ୍ଵଚ୍ଛତାର ସହ ହୋଇଛି । ଅନ୍ୟ ବିକଳ୍ପ ମଧ୍ୟ ଅଛି, ପିଲାମାନେ ଆଉ ଥରେ ପରୀକ୍ଷା ଦେଇପାରିବେ। ଦୁଇ ବର୍ଷ ନୁହେଁ ଚାରି ବର୍ଷର ଫଳାଫଳକୁ ଆଧାର କରି ମାର୍କିଂ ହୋଇଛି। ୨୦୧୭-୧୮-୧୯-୨୦ ଶିକ୍ଷା ବର୍ଷକୁ ଆଧାର କରି ମାର୍କିଂ ହୋଇଛି। ୨୨ଟି ସ୍କୁଲରେ ଫଳାଫଳ ସଂଶୋଧନ ହେବାରେ କିଛି ସମସ୍ୟା ଥିଲା । ସେ ସ୍କୁଲ୍ ଗୁଡ଼ିକ ଯଦିଓ ଜଗତିଂହପୁରର, କିନ୍ତୁ ସେ ସ୍କୁଲ୍ ଗୁଡ଼ିକ ଗତ ବର୍ଷ କଟକ ଶିକ୍ଷା ଜିଲ୍ଲାରେ ସାମିଲ ହୋଇସାରିଛି । ତେଣୁ କୋଡ୍‌ ପରିବର୍ତ୍ତନକୁ ନେଇ ସମସ୍ୟା ଥିଲା। ଯାହାର ସମାଧାନ ହୋଇସାରିଛି ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଫଳାଫଳକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏନେଇ ବୋର୍ଡ ଅଫିସ ଆଗରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକଙ୍କ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାଟ୍ରିକ୍ ଫଳାଫଳ ଅତି ନୈରାଶ୍ୟଜନକ ହୋଇଥିବାରୁ ସଂପୃକ୍ତ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇବା ସହ ଘୋର ଅସନ୍ତୋଷ ଦେଖାଦେଇଥିଲା ।  ପ୍ରକାଶିତ ଫଳାଫଳ ଅତି ଚିନ୍ତାଜନକ ଓ ଉଦ୍‌ବେଗର ବିଷୟ ହୋଇପଡି ଥିବାରୁ ଏବେ ଘୋର ମାନସିକ ଅବସାଦରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ରହୁଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ଚୂଡାନ୍ତ ମୂଲ୍ୟାୟନ କରାଯାଇ ସେମାନଙ୍କୁ ଉଚିତ ନ୍ୟାୟ ଦେବା ସହିତ ଏଥିରେ ଯଦି କୌଣସି ଅଧିକାରୀ ଓ କର୍ମକର୍ତ୍ତା ଦାୟିତ୍ବହୀନ ଭାବେ କାର୍ଯ୍ୟ କରିଛନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଥିଲା ।

Leave A Reply

Your email address will not be published.