ଭୁବନେଶ୍ବର, ୨୩/୦୪: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସଭା ଭବନ ପରିସରରେ ମିଲେଟ୍ ଶକ୍ତି କାଫେ ଓ କୃଷି ସମୀକ୍ଷା କେନ୍ଦ୍ର ଉଦଘାଟନ କରିଛନ୍ତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏହିପରି ଏକ କୃଷି ସମୀକ୍ଷାକେନ୍ଦ୍ର ପ୍ରତିଷ୍ଠା ହୋଇଛି । ଏହି କେନ୍ଦ୍ର ହିତାଧିକାରୀଙ୍କୁ ଯୋଜନା ଓ ସେବା ପ୍ରଦାନକୁ ସୁନିଶ୍ଚିତ କରିବ ବୋଲି ରାଜ୍ୟ ସରକାର କହିଛନ୍ତି।
ସେହିପରି ଏହି କେନ୍ଦ୍ର କୃଷକ ତଥା ସମ୍ପ୍ରସାରଣ କର୍ମଚାରୀଙ୍କୁ ନିୟମିତ ଭାବେ ଅଗ୍ରଗତିର ଯାଞ୍ଚକରି ଆବଶ୍ୟକ ସମୟରେ ସହାୟତା ପ୍ରଦାନ କରିବ । କୃଷି ସମୀକ୍ଷା କେନ୍ଦ୍ର ଗୁଣାତ୍ମକ ଉତ୍ପାଦନ ସାମଗ୍ରୀ ଯୋଗାଣ ସହ କୀଟନାଶକ, ରୋଗ ପରିଚାଳନା ଓ କୃଷି ସଂପ୍ରସାରଣ ଅଧିକାରୀଙ୍କୁ ସେବା ପ୍ରଦାନ କରିବ।
ଓଡ଼ିଶା ମିଲେଟ୍ ମିଶନ ଓ ମିଶନ ଶକ୍ତିର ମିଳିତ ଉଦ୍ୟମରେ ମା ମଙ୍ଗଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ବାରା ଏହି କାଫେଟି ପରିଚାଳିତ ହେବ। ବିଭିନ୍ନ ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଉତ୍ପାଦ ଗୁଡ଼ିକ ଏହି କାଫେରେ ବିକ୍ରି କରାଯିବ। ଲୋକସେବା ଭବନରେ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ଏହା ସହାୟକ ହେବ। ଆଗାମୀ ଦିନରେ ରାଜ୍ୟର ପ୍ରମୁଖ ସହର ତଥା ଜିଲ୍ଲା ମୁଖ୍ୟାଳୟରେ ମିଲେଟ୍ ଶକ୍ତି କାଫେ ପ୍ରତିଷ୍ଠା କରାଯିବ।
ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସରିକରଣ ବିଭାଗ ଦୂରା ମିଲେଟ୍ସ ମିଶନ ଭଳି କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି। ରାଜ୍ୟ ସରକାର ଏହାକୁ ୧୭୭ଟି ବ୍ଲକକୁ ସମ୍ପ୍ରସାରିତ କରିଛନ୍ତି। ଭାରତ ସରକାର ଓ ମିଳିତ ଜାତିସଂଘ ଏହାକୁ ଏକ ମଡେଲ ପଦକ୍ଷେପର ସ୍ବୀକୃତି ପ୍ରଦାନ କରିଛନ୍ତି।
ମିଲେଟ୍ ଶକ୍ତି କାଫେ ଉଦଘାଟନ ଅବସରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିସନର ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ଶାସନ ସବ ଡ. ଅରବିନ୍ଦ କୁମାର ପାଢୀ, ମିଶନ ଶକ୍ତି ବିଭାଗ କମିସନର ସୁଜାତା କାର୍ତ୍ତିକେୟନ୍ ପ୍ରମୁଖ ଏହି ଅବସରରେ ଯୋଗ ଦେଇଥିଲେ।