ଖୁବ୍‌ଶୀଘ୍ର ଗଠନ ହେବ ଡ୍ରାଇଭର କଲ୍ୟାଣ ବୋର୍ଡ, ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

0

ଭୁବନେଶ୍ୱର,୨୩/୦୪: ଡ୍ରାଇଭରମାନଙ୍କ ପାଇଁ ଖୁବ୍‌ ଶୀଘ୍ର ଗଠନ ହେବ କଲ୍ୟାଣ ବୋର୍ଡ । ଶନିବାର ଲୋକସେବା ଭବନରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଡ୍ରାଇଭର କଲ୍ୟାଣ ବୋର୍ଡରେ କିଏ ସଦସ୍ୟ ରହିବେ, ତାହା ପରବର୍ତ୍ତୀ ପର୍ଯ୍ୟାୟରେ ପରିବହନ ବିଭାଗ ସ୍ଥିର କରିବ ।

ଡ୍ରାଇଭର ଏକତା ମହାମଞ୍ଚର ଦାବି ନେଇ ଶନିବାର ବୈଠକ ବସିଥିଲା । ଏଥିରେ ଆଇନ ମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପରିବହନ ସଚିବ ଉଷା ପାଢ଼ୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ମେ’ ମାସ ପ୍ରଥମ ସପ୍ତାହରେ ଦାବି ପୂରଣ ନେଇ ଡ୍ରାଇଭର ସଂଘକୁ ପ୍ରତିଶ୍ରୁତି ଦିଆଯାଇଥିବା ସୂଚନା ମିଳିଛି । ଧାର୍ଯ୍ୟ ସମୟ ପୂର୍ବରୁ ଦାବି ପୂରଣ ହେବା ନେଇ ଆଶାବାଦୀ ଅଛି ଡ୍ରାଇଭର ସଂଘ । ଏହାସହ ଛୁଟି ସତ୍ତେ୍ୱ ଡ୍ରାଇଭରଙ୍କ ହିତ ପାଇଁ ବୈଠକ କରିଥିବାରୁ ରାଜ୍ୟ ସରକାରଙ୍କୁ ସଂଘ ଧନ୍ୟବାଦ ଦେଇଛି । ଏଥିରେ ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି, କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରା, ସମ୍ପାଦକ ଚୌତନ୍ୟ ପ୍ରଧାନ, ଅକ୍ଷୟ ନାୟକ ଦୀପକ ନାୟର ଓ ପ୍ରଦୀପ ମହାନ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.