ଗଙ୍ଗା ନଦୀରେ ଶବ ଭାସିବା ଘଟଣା: ବିହାର, ୟୁପି ସହ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ କଲା ଜାତୀୟ ମାନବାଧିକାର କମିଶନ

0

ନୂଆଦିଲ୍ଲୀ, ୧୩।୫: ଗଙ୍ଗା ନଦୀରେ କୁଢ଼ କୁଢ଼ ଶବ ଭାସିବା ଘଟଣାରେ କେନ୍ଦ୍ର ସହିତ ଦୁଇ ରାଜ୍ୟକୁ ନୋଟିସ୍ କରିଛି ଜାତୀୟ ମାନବାଧିକାର କମିନ। ଏହି ଘଟଣାରେ ଉତ୍ତରପ୍ରଦେଶ ଓ ବିହାରର ମୁଖ୍ୟ ଶାସନ ସଚିବଙ୍କ ସହିତ କେନ୍ଦ୍ର ଜଳଶକ୍ତି ବିଭାଗର ସଚିବଙ୍କୁ ମଧ୍ୟ ନୋଟିସ୍ କରାଯାଛି। ୪ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ତଦନ୍ତ ରିପୋର୍ଟ ଦେବାକୁ ନୋଟିସ୍ କମିଶନ ନୋଟିସ୍‌ କରିଛି।

ନୋଟିସ୍‌ରେ ପ୍ରଶାସନିକ କର୍ମଚାରୀମାନେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ବିଫଳ ହେବା ସହିତ ନଦୀର ଭାସୁଥିବା ଅର୍ଦ୍ଧଦଗ୍ଧ ମୃତଦେହକୁ ଚେକ୍‌ କରି ନଥିବା କମିଶନ କହିଛନ୍ତି। ନୋଟିସ୍‌ରେ ଦର୍ଶାଯାଇଛି, ‘ମୃତଦେହକୁ ଗଙ୍ଗା ନଦୀରେ ଭସାଇବା କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ମିସନ ସ୍ୱଚ୍ଛ ଗଙ୍ଗା ପ୍ରକଳ୍ପ’ର ଖୋଲାଖୋଲି ଉଲ୍ଲଙ୍ଘ’। ତେଣୁ ୪ ସପ୍ତାହ ମଧ୍ୟରେ ଏହାର ତଦନ୍ତ ରିପୋର୍ଟ ଦେହାକୁ ବିହାର ଓ ୟୁପି ସହିତ ବିଭାଗୀୟ କେନ୍ଦ୍ରୀୟ ସଚିବଙ୍କୁ ମଧ୍ୟ ନୋଟିସ୍ କରିଛି ମାନବାଧିକାର କମିନ।

୨୦୧୬ରେ ରିଭର ଗଙ୍ଗା(ପୁନରୁତ୍ଥାନ,ସୁରକ୍ଷା ଓ ପରିଚାଳନ) କର୍ତ୍ତୃପକ୍ଷ ନିର୍ଦ୍ଦେଶ ଅନୁସାରେ, କୌଣସି ବ୍ୟକ୍ତିଙ୍କୁ ଏମିତି କାର୍ଯ୍ୟ କରିବାକୁ ଅମୁମତି ଦିଆଯାଇ ନାହିଁ, ଯେଉଁଥିରେ ଗଙ୍ଗା ନଦୀ ପ୍ରଦୂଷିତ ହେବ।  ସୂଚନା ଥାଉ କି, ଗଙ୍ଗାନନ୍ଦୀରେ ଏତେଗୁଡ଼ିଏ ଶବ ଭାସିବା ନେଇ ଅଭିଯୋଗ ହେବା ପରେ ଜାତୀୟ ମାନବାଧିକାର କମିନ ଏହି ନୋଟିସ୍ ଜାରି କରିଛନ୍ତି।

Leave A Reply

Your email address will not be published.