ଏନଆଇଟି ରାଉରକେଲାର ସୁବର୍ଣ୍ଣ ଜୟନ୍ତୀ ଅଟ୍ଟାଳିକାକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

0

ରାଉରକେଲା ଏନଆଇଟି ପରିସରରେ ଥିବା ନବନିର୍ମିତ ସୁବର୍ଣ୍ଣ ଜୟନ୍ତୀ ଅଟ୍ଟାଳିକାକୁ ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଉଦଘାଟନ କରିଛନ୍ତି । ଏହି ଶିକ୍ଷାନୁଷ୍ଠାନର 50 ବର୍ଷର ଜୟଯାତ୍ରାର ସ୍ମୃତିରେ ସୁବର୍ଣ୍ଣ ଜୟନ୍ତୀ ଅଟ୍ଟାଳିକା ନିର୍ମାଣ କରାଯାଇଛି ।

ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ଏନଆଇଟି ରାଉରକେଲା ଆମ ଦେଶର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଏବଂ ଏହା ଦେଶର ଶ୍ରେଷ୍ଠ ମେଧାଙ୍କୁ ସୃଷ୍ଟି କରିଛି । ଏହି ଅଟ୍ଟାଳିକା ଏହାର ସମ୍ମାନର ପ୍ରତୀକ । ସେ କହିଥିଲେ ଯେ ଏନଆଇଟି ରାଉରକେଲା ଭଳି ଶିକ୍ଷାନୁଷ୍ଠାନ ଜାତୀୟ ଶିକ୍ଷା ନୀତି (ଏନଇପି)ର କାର୍ଯ୍ୟାନ୍ୱୟନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।

ସେ କହିଥିଲେ ଯେ ଏହି ଅଟ୍ଟାଳିକା ରାଉରକେଲା ସହରର ଗୌରବ ମଧ୍ୟ ବୃଦ୍ଧି କରିବ । ସହରର ଉଚ୍ଚତମ ଅଟ୍ଟାଳିକା ମଧ୍ୟରୁ ଅନ୍ୟତମ ଏହି କୋଠାକୁ ନେଇ ସମ୍ପୂର୍ଣ୍ଣ ଏନଆଇଟି ରାଉରକେଲା ପରିବାର ଗର୍ବ କରିବ । ଏହି ଚମକ୍ରାର ଢାଂଚା ବାସ୍ତବରେ ପ୍ରତୀକାତ୍ମକ ଭାବେ ଏବଂ ଭୌଗଳିକ ଭାବେ ‘ଏନଆଇଟି ରାଉରକେଲାର ହୃଦୟ’ ବୋଲି ସେ କହିଥିଲେ ।

ଶ୍ରୀ ପୋଖରିୟାଲ ସୂଚନା ଦେଇଥିଲେ ଯେ ଏହି ଅଟ୍ଟାଳିକା ଆନୁମାନିକ 95 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଏବଂ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିଛି । ଏହା ବର୍ତ୍ତମାନ ରାଉରକେଲାର ଉଚ୍ଚତମ ଅଟ୍ଟାଳିକା ହୋଇପାରିଛି, ସେ କହିଥିଲେ । ସାତ ହଜାର ବର୍ଗମିଟର କ୍ଷେତ୍ରଫଳରେ ନିର୍ମିତ ଏହି ଅଟ୍ଟାଳିକା ପ୍ରତ୍ୟେକ ବିଭାଗଠାରୁ ସମାନ ଦୂରତାରେ ରହିଛି । ଢାଂଚାଗତ ଭାବେ, ଏହି ଅଟ୍ଟାଳିକାରେ 7 ମହଲା ଥିବା ଏକ ବ୍ଲକ ଏବଂ 14 ମହଲା ଥିବା ଏକ ଟାୱାର ବ୍ଲକ ରହିଛି, ବୋଲି ସେ ଉଲ୍ଲେଖ କରିଥିଲେ ।

ଶ୍ରୀ ପୋଖରିୟାଲ ଉଲ୍ଲେଖ କରିଥିଲେ ଯେ ଏହି ଶିକ୍ଷାନୁଷ୍ଠାନ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପରିଚାଳନା ଦକ୍ଷତା ବୃଦ୍ଧି କରିବା ଏବଂ ଏହାର ପ୍ରକ୍ରିୟାରେ ପ୍ରଯୁକ୍ତିକୁ ଯୋଗ କରି ଏହାକୁ ଅଧିକ ଜନ ଅନୁକୂଳ କରିବା ଲକ୍ଷ୍ୟ ନେଇ ଏହି ଅଟ୍ଟାଳିକା ନିର୍ମାଣ କରାଯାଇଛି । ସେ ଆହୁରି କହିଥିଲେ ଯେ, ଖୋଲାସ୍ଥାନ ଏବଂ ଅତ୍ୟାଧୁନିକ ସ୍ଥାପତ୍ୟ ସହିତ ପରିବର୍ଦ୍ଧିତ ସୁରକ୍ଷା ଏବଂ ନିରାପତା ବୈଶିଷ୍ଟ୍ୟ ଯୋଗୁ ଏହି ଅଟ୍ଟାଳିକା ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କୁ ଚମକ୍ରାର କାର୍ଯ୍ୟ ଅନୁଭୂତି ପ୍ରଦାନ କରିବ । ଏହି ସ୍ମାର୍ଟ ଅଟ୍ଟାଳିକା କ୍ୟାମ୍ପସର ସୌନ୍ଦର୍ଯ୍ୟ ବୃଦ୍ଧି କରିବ । ଏଥିସହିତ ପ୍ରତିଷ୍ଠା ପରଠାରୁ ଏହି ସଂସ୍ଥାନର ନୀତିର କେନ୍ଦ୍ରସ୍ଥଳରେ ଥିବା ଉତ୍କର୍ଷ ଓ ସମର୍ପଣର ଭାବନାକୁ ଏହା ଉପଯୁକ୍ତ ଭାବେ ପ୍ରତିଫଳିତ କରିବ ।

ଏହି ଅଟ୍ଟାଳିକାରେ ଏକ ବିଶ୍ୱସ୍ତରୀୟ ସମ୍ମିଳନୀ କେନ୍ଦ୍ର ଏବଂ ଦୁଇ ମହଲାରେ ଥିବା ପାଠାଗାର ମଧ୍ୟତଳ ଦ୍ୱାରା ପୃଥକ ହୋଇଛି । ଜରୁରିକାଳୀନ ପରିସ୍ଥିତି ପାଇଁ ଏହି ଅଟ୍ଟାଳିକାରେ ଫାୟାର ସେନ୍ସର ଓ ଜଳ ସିଂଚନ ବ୍ୟବସ୍ଥା ରହିଛି । ବର୍ତମାନର ଯୋଜନା ଅନୁଯାୟୀ, ଏକାଡେମିକ ବିଭାଗ, ପରୀକ୍ଷା ବିଭାଗ, ଏଷ୍ଟାବ୍ଲିଶମେଂଟ ବିଭାଗ, ଅର୍ଥ ବିଭାଗ, କ୍ରୟ ଏବଂ ଅନ୍ତରୀଣ ଅଡିଟ, ପୂର୍ବତନ ଛାତ୍ର ଏବଂ ଅନ୍ତର୍ଜାତୀୟ ସମ୍ପର୍କ, ପ୍ରାୟୋଜିତ ଗବେଷରା, ଔଦ୍ୟୋଗିକ ପରାମର୍ଶ ଏବଂ ନିରନ୍ତର ଶିକ୍ଷା କେନ୍ଦ୍ର ଏହି ଅଟ୍ଟାଳିକାକୁ ସ୍ଥାନାନ୍ତରିତ ହେବ । ଏହି ଅଟ୍ଟାଳିକାରେ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, ଡିନଙ୍କ କାର୍ଯ୍ୟାଳୟ, ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ, ବୋର୍ଡ ରୁମ ଏବଂ ସିନେଟ ହଲ ଆଦି ରହିବ । ଅଟ୍ଟାଳିକାର ଉପରେ ଏକ ଟେଲିସ୍କୋପ ଖଞ୍ଜାଯିବ ଏବଂ ପୃଥିବୀ ଏବଂ ବାୟୁମଣ୍ଡଳୀୟ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଏବଂ ମହାକାଶ ବିଜ୍ଞାନ ବିଭାଗ ପାଇଁ ପରିବେଶ ଓ ସୌରମଣ୍ଡଳ ସଂକ୍ରାନ୍ତରେ ଅଧ୍ୟୟନ କରିବାର ସୁଯୋଗ ରହିବ ।  ବ୍ଲକର ତଳ ମହଲାରେ ଏକ ଉତ୍କର୍ଷ କେନ୍ଦ୍ର, ଆଧୁନିକ ସଂସ୍ଥାଗତ ଆବଶ୍ୟକତା ପାଇଁ 12ଟି ଅତ୍ୟାଧୁନିକ ପରୀକ୍ଷାଗାର ରହିବ ଯାହା ଦକ୍ଷତା ବିକାଶ ଓ ତାଲିମ ଆବଶ୍ୟକତାକୁ ପୂରଣ କରିବ ।

Leave A Reply

Your email address will not be published.