ଜିଏସ୍‌ଟି ପରିଷଦର ସୁପାରିଶ କେନ୍ଦ୍ର ଓ ରାଜ୍ୟ ମାନିବାକୁ ବାଧ୍ୟ ନୁହନ୍ତି: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ, ୧୯।୫: ଜିଏସ୍‌ଟି ପରିଷଦର ସୁପାରିଶ କେନ୍ଦ୍ର ଓ ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି। ଏହା କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍‌ ଡି.ୱାଇ ଚନ୍ଦ୍ରଚୂଡ଼ ଏହି ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଶୁଣାଇଛନ୍ତି। ସେ କହିଛନ୍ତି ଯେ, ଭାରତ ହେଉଛି ସଂଘୀୟ ବ୍ୟବସ୍ଥାର ଦେଶ। ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତାବିକେନ୍ଦ୍ରୀକରଣ ହୋଇ ଅଧିକାର ନ୍ୟସ୍ତ ହୋଇଛି।

ଦ୍ରବ୍ୟ ଓ ସେବା କରକୁ ନେଇ ମଧ୍ୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ନିଜସ୍ୱ କ୍ଷମତା ଉପଯୋଗ ନେଇ ସାମ୍ବିଧାନିକ ଅଧିକାର ରହିଛି। ତେଣୁ ଜିଏସଟି ପରିଷଦ ପରାର୍ଶ ଦେଇ ପାରିବ ସତ କିନ୍ତୁ ଏହାକୁ  କେନ୍ଦ୍ର କିମ୍ବା ରାଜ୍ୟ ସରକାର ମାନିବାକୁ ବାଧ୍ୟ ନୁହନ୍ତି ।

ଜିଏସଟି ସମ୍ପର୍କିତ ପ୍ରସଙ୍ଗକୁ ନେଇ ଉଭୟ କେନ୍ଦ୍ର  ଓ ରାଜ୍ୟ ବୁଝାମଣା କରିପାରିବେ । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଟ୍ୟାକ୍ସକୁ ନେଇ ଧାରା ୨୪୬ ଅନୁଯାୟୀ  ଉଭୟ ସଂସଦ ଏବଂ ରାଜ୍ୟ ବିଧାନ ସଭାର ସମାନ କ୍ଷମତା ରହିଛି। ତେବେ ଧାରା ୨୭୯ ଅନୁଯାୟୀ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ୱାଧୀନ ଭାବେ କାର୍ଯ୍ୟ କରିପାରିବେ ନାହିଁ। କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଉଭୟଙ୍କ ସହଭାଗିତା ଜରୁରୀ ବୋଲି କୋର୍ଟ କହିଛନ୍ତି। ଏହି ରାୟର ସବିଷଶେଷ ରିପୋର୍ଟ ଆସନ୍ତାକାଲି ସୁପ୍ରିମକୋର୍ଟ ୱେବସାଇଟରେ ପ୍ରକାଶ ପାଇବ।

Leave A Reply

Your email address will not be published.