ଛୋଟ ପିଲାଙ୍କୁ ଦିଆଯାଇପାରିବ କୋଭାକ୍ସିନ୍‌ର ଦୁଇ ଡୋଜ୍‌: ମିଳିଲା ଅନୁମତି

ନୂଆଦିଲ୍ଲୀ, ୧୨।୧୦: ଜାୟଡସ୍‌ କାଡିଲା ପରେ ଛୋଟ ପିଲାଙ୍କୁ କରୋନା ବିରୋଧରେ ଟିକାକରଣ ପାଇଁ କୋଭାକ୍ସିନକୁ ଅନୁମତି ମିଳିଛି। ଆଜି ୨ରୁ ୧୮ ବର୍ଷ ବୟସ ବର୍ଗରେ ଥିବା ପିଲାମାନଙ୍କୁ କୋଭାକ୍ସିନ ଟିକାର ଡୋଜ୍‌ ଦେବାକୁ ସବଜେଟ ଏକ୍ସପର୍ଟ ପ୍ୟାନେଲ ସବୁଜ ସଙ୍କେତ ଦେଇଛନ୍ତି। ପୂର୍ବରୁ ଜାୟଡସ କାଡିଲା ପ୍ରସ୍ତୁତ କରିଥିବା କରୋନା ଟିକାକୁ କେବଳ ୧୨ କିମ୍ବା ତା’ଠାରୁ ଅଧିକ ବୟସ୍କଙ୍କୁ ପ୍ରଦାନ କରିବାକୁ ଅନୁମତି ମିଳିଥିଲା। ହେଲେ କୋଭାକ୍ସିନ ଦେଶର ପ୍ରଥମ ଟିକା ଭାବେ ୨ରୁ ୧୮ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯିବ।

ହାଇଦ୍ରାବାଦ ସ୍ଥିତି ଭାରତ ବାୟୋଟେକ କମ୍ପାନି ଏହି କୋଭାକ୍ସିନ ଟିକା ପ୍ରସ୍ତୁତ କରିଛି। ପୂର୍ବରୁ ଏହା ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଉଥିଲା। ଏଥିସହ ଛୋଟ ପିଲାମାନଙ୍କ ଉପରେ ଏହାର ପରୀକ୍ଷଣ ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ମାସରେ ଭାରତ ବାୟୋଟେକ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ କରି ଚଳିତ ମାସରୁ ଏହାର ରିପୋର୍ଟ ଡିସିଜିଆକୁ ଦେବା ଆରମ୍ଭ କରିଥିଲା। ଟ୍ରାଏଲରୁ ଭଲ ଖବର ମିଳଥିବାରୁ ସବ୍‌ଜେକ୍ଟ ଏକ୍ସପର୍ଟ କମିଟି ଛୋଟ ପିଲାମାନଙ୍କୁ ଏହାର ଡୋଜ୍‌ ଦେବାକୁ ଅନୁମତି ଦେଇଛି। ଏବେ ଡିସିଜିଆଇର ଅନୁମତି ମିଳିବା ପରେ ଟିକାର ବ୍ୟବହାର ଦେଶରେ ଆରମ୍ଭ ହେବ।

ଏଥିସହ ଏହି କରୋନା ଟିକାର ଦୁଇଟି ଯାକ ଡୋଜ୍‌ ଛୋଟ ପିଲାମାନଙ୍କୁ ୨୦ ଦିନର ବ୍ୟବଧାନ ମଧ୍ୟରେ ଦିଆଯିବ। ପୂର୍ବରୁ ପ୍ରାପ୍ତ ବୟସ୍କଙ୍କୁ ଟିକାର ଦୁଇଟି ଯାକ ଡୋଜ୍‌ ୨୮ ଦିନ ବ୍ୟବଧାନରେ ଦିଆଯାଉଥିଲା। ଭାରତରେ ଜାୟଡସ କାଡିଲା ପ୍ରସ୍ତୁତ କରିଥିବା ଟ୍ରିପଲ ଡୋଜ୍‌ କରୋନା ଟିକା ଜାଇକୋଭ-ଡିକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଡିସିଜିଆଇ ପକ୍ଷରୁ ଶୁକ୍ରବାର କମ୍ପାନିକୁ ଟିକାର ବ୍ୟବହାର ଭାରତରେ କରିବାକୁ ସବୁଜ ସଙ୍କେତ ମିଳିଛି। ସୂଚନାଯୋଗ୍ୟ, ଅଗଷ୍ଟ ୨୦ରେ ଭାରତର ସରକାର ଜାୟଡସ୍‌ କାଡିଲାର୍‌ ଜାଇକୋଭ୍‌-ଡି ହେଉଛି ବିଶ୍ୱର ପ୍ରଥମ ଡିଏନ୍‌ଏ ଭିତ୍ତିକ କରୋନା ଟିକା। ସବୁ ଟିକା ଦୁଇ ଡୋଜ ବିଶିଷ୍ଟ ହୋଇଥିବା ବେଳେ ଜାୟଡସ ଟ୍ରିପଲ ଡୋଜ୍‌ କରୋନା ଟିକା ପ୍ରସ୍ତୁତ କରିଛି। ଏହି ଟିକାକୁ ପ୍ରାପ୍ତ ବୟସ୍କଙ୍କ ସହ ୧୨ ବର୍ଷ କିମ୍ବା ତା’ଠାରୁ ଅଧିକ ବର୍ଷର ପିଲାମାନେ ବି ନେଇପାରିବେ। ଏହା ସଂପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନକୌଶଳରେ ତିଆରି କରାଯାଇଛି। ଜାଇକୋଭ-ଡି ପ୍ରାଥମିକ ସ୍ତରରେ କାରୋନା ବିରୋଧରେ ୬୬.୬% ଫଳପ୍ରଦ ବୋଲି ଜଣାପଡ଼ିଛି। ଭାରତ ସରକାରଙ୍କ ‘ମିସନ କୋଭିଡ ସୁରକ୍ଷା’ ଅଧୀନରେ ଜାୟଡସ କାଡିଲା ସହ ମିଶି ବାୟୋଟେକ୍ନୋଲଜି ବିଭାଗ ଏହି ଟିକାକୁ ପ୍ରସ୍ତୁତ କରିଛି।

Comments are closed.