ଓଏଏସ୍ ବଦଳି: ୪ ମେଡିକାଲ କଲେଜରେ ନୂଆ ପ୍ରଶାସନିକ ଅଧିକାରୀ

0

ଭୁବନେଶ୍ୱର, ୧୮।୧୦: ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଧିକାରୀସ୍ତରରେ ଏକ ଅଦଳବଦଳ କରିଛନ୍ତି । ୪ ଜଣ ମହିଳା ଓଏଏସ୍ ଅଫିସରଙ୍କୁ ୪ଟି ସରକାରୀ ମେଡିକାଲ କଲେଜର ପ୍ରଶାସନିକ ଅଫିସର ଭାବେ ନିଯୁକ୍ତି ମିଳିଛି । ପ୍ରଥମଥର ପାଇଁ ଚଳିତବର୍ଷଠୁ ପାଠପଢ଼ା ଆରମ୍ଭ ହେଉଥିବା ସୁନ୍ଦରଗଡ଼ ଓ କେନ୍ଦୁଝର ମେଡିକାଲ କଲେଜରେ ମଧ୍ୟ ପ୍ରଶାସନିକ ଅଫିସରଙ୍କୁ ଅବସ୍ଥାପିତ କରାଯାଇଛି ।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସ୍କୁଲ ଓ ଗଣଶିକ୍ଷା ବିଭାଗର ୨ଜଣ ଅତିରିକ୍ତ ସଚିବ ତଥା ବରିଷ୍ଠ ଓଏଏସ୍ ଧରମ ହାଂସଦା ଓ ବରିଷ୍ଠ ଓଏଏସ୍ ସମ୍ବିତ କୁମାର ନାୟକଙ୍କୁ ଯଥାକ୍ରମେ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ମହିଳା ଓ ଶିଶୁବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି ।

ସେହିପରି ଓଏଏସ୍ ରୀତା ଡାଙ୍ଗଙ୍କୁ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ, କିଶନନଗର ତହସିଲଦାର ଇନ୍ଦିରା ସାହୁଙ୍କୁ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଫିସର, ସମ୍ବଲପୁର ଡେପୁଟି କଲେକ୍ଟର ଜୟଶ୍ରୀ ପାଢ଼ୀଙ୍କୁ ବଲାଙ୍ଗିରସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଫିସର ଓ ଦେବଗଡ଼ ତହସିଲଦାର ପଲ୍ଲବୀ ନାୟକଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଫିସର ଭାବେ ବଦଳି ହୋଇଛି। ଏମାନଙ୍କ ବ୍ୟତୀତ ଓଏଏସ୍ ଆଶୁତୋଷ ସାମଲଙ୍କୁ କଟକସ୍ଥିତ କେନ୍ଦ୍ରାଂଚଳ ଆରଡିସିଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଥିବା ଜଣାପଡ଼ିଛି।

Leave A Reply

Your email address will not be published.