ଓଡ଼ିଶା କୃଷି ଶିଳ୍ପ ନିଗମର ପ୍ରତିନିଧି ଦଳର ଗୁଜରାଟଗସ୍ତ

0

ଭୁବନେଶ୍ବର, ୧୪/୭: ଓଡ଼ିଶା କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସଂଯୋଜନାରେ ଏକ ପ୍ରତିନିଧି ଦଳ ଆଜି ଗୁଜରାଟ ଗସ୍ତ କରି ଗୁଜରାଟରେ ଚାଲୁଥିବା ବିଭିନ୍ନ କୃଷି ଯୋଜନା ବିଷୟରେ ଗୁଜରାଟର କୃଷି ମନ୍ତ୍ରୀ ରାଘବଜୀ ଭାଇ ପଟେଲ ଓ ଗୁଜରାଟ କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦେଶକ ଡି. ଏଚ. ସାହାଙ୍କ ସହ ଆଲୋଚନା କରିଥିଲେ। କୃଷି ମନ୍ତ୍ରୀ ଏହି ଅବସରରେ ରାଜ୍ୟରେ ଚାଲୁଥିବା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ମାଧ୍ୟମରେ ଚାଷୀମାନେ କିଭଳି ଉପକୃତ ହେଉଛନ୍ତି, ପୁଙ୍ଖାନୁପୁଖ ଭାବରେ ଆଲୋଚନା କରିଥିବା ବେଳେ ଗୁଜରାଟ କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦେଶକ ରାଜ୍ୟରେ ଥିବା କୃଷି ଶିଳ୍ପ ନିଗମ ଦ୍ୱାରା ପରିଚାଳିତ ହେଉଥିବା ଅନ୍ୟାନ୍ୟ କୃଷି ଶିଳ୍ପଭିତିକ ପ୍ରକଳ୍ପ ସବୁ ଦେଖିବା ପାଇଁ ପରାମର୍ଶ ଦେଇଥିଲେ। ଏହି ଗସ୍ତରେ ଓଡ଼ିଶା କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ସନ୍ତୋଷ କୁମାର ବେଜଙ୍କ ନେତୃତ୍ୱରେ ଡେପୁଟି ଜେନେରାଲ ମ୍ୟାନେଜର ଇ. ମନୋରଞ୍ଜନ ମନ୍ତ୍ରୀ, ଜିଲ୍ଲା ପରିଚାଳକ କ୍ରିଷ୍ଣଚନ୍ଦ୍ର ନାୟକ ଓ ଆଶିଷ କୁମାର ସିଂହ ସାମିଲ ଅଛନ୍ତି।

Leave A Reply

Your email address will not be published.