ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ହେଉଛି ଓଡ଼ିଶା; ବିଭିନ୍ନ ଜିଲ୍ଲାକୁ ଗଲା ଏନ୍‌ଡିଆର୍‌ଏଫ୍‌ ଟିମ୍

0

ଭୁବନେଶ୍ୱର, ୨୩ ।୫: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛି। ନ୍‌ଡିଆରଏଫ ଟିମ୍ ପ୍ରସ୍ତୁତ ହୋଇଗଲେଣି। ବର୍ତ୍ତମାନ ସୁଦ୍ଧା ୨୨ଟି ଏନ୍‌ଡିଆର୍‌ଫ୍‌ ଟିମ ଓଡିଶା ପାଇଁ ପ୍ରସ୍ତୁତ ରହିଛନ୍ତି ଆଉ ୧୦ଟି ଟିମ୍ ପାଇଁ ଏସ୍‌ଆରସି କହିଛନ୍ତି । ଆଜି ସନ୍ଧ୍ୟା କିମ୍ବା କାଲି ସକାଳ ସୁଦ୍ଧା ଆଉ ୧୦ଟି ଟିମ୍‌ ପହଞ୍ଚାଯିବ ବୋଲି ଏନଡିଆରଏଫ ଡିଜି ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି । ବାତ୍ୟା ମୁକାବିଲା ଲାଗି ଓଡିଶା ପାଇଁ ମୋଟ ୩୨ଟି ଟିମ୍ ମୁତୟନ ରହିବେ ବୋଲି କହିଛନ୍ତି

କେଉଁ ଜିଲାରେ କେତୋଟି ଏନଡିଆରଏଫ ଟିମ୍ ରହିବେ ସେଥିପାଇଁ ପ୍ରସ୍ତୁତି ହୋଇଛି । ତେବେ ବର୍ତ୍ତମାନ ଥିବା ୨୨ ଟି ଟିମ୍ ମଧ୍ୟରୁ ଆଜି ମୁଣ୍ଡଳୀ ଏନଡିଆରଏଫ କେନ୍ଦ୍ରରୁ ୯ଟି ଟିମ୍ ଉତ୍ତର ଓଡିଶାର ବିଭିନ୍ନ ସ୍ଥାନକୁ ଯାଇଛନ୍ତି । ଗୋଟିଏ ଟିମ୍ ମୟୂରଭଞ୍ଜ, ଗୋଟିଏ ଭଦ୍ରକ ଓ ୭ଟି ଟିମ୍ ବାଲେଶ୍ୱର ଯାଇଛନ୍ତି । ଆଉ ୯ଟି ଟିମ୍ ବିଭିନ୍ନ ସ୍ଥାନକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ବାକି ୪ଟି ଟିମ୍ ମୁଣ୍ଡଳୀରେ ରହିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.