ବାତ୍ୟା ‘ୟାସ୍’କୁ ନେଇ ପ୍ରଧାନମନ୍ତ୍ରୀଙ୍କ ଜରୁରି ବୈଠକ

0

ନୂଆଦିଲ୍ଲୀ, ୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ୟାସ୍‌ରୁ ସୃଷ୍ଟି ହେବାକୁ ଥିବା ସ୍ଥିତିରୁ ରକ୍ଷା ପାଇବା ପାଇଁ ସମ୍ୱନ୍ଧିତ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରାଳୟ ବା ଏଜେନ୍ସିଗୁଡ଼ିକର ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ ଅନେକ ମନ୍ତ୍ରୀ ଓ ଅଧିକାରୀମାନେ ଯୋଗ ଦେଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କି  ବିଭିନ୍ନ ଆବଶ୍ୟକୀୟ କାର୍ଯ୍ୟ ଯେପରିକି , ତଟୀୟ ସମୁଦାୟ, ଉଦ୍ୟାୋଗ ଗୁଡ଼ିକ ସହ ସିଧାସଳଖ ସଂପର୍କ କରି ଓ ଏଗୁଡ଼ିକୁ ସମ୍ୱେଦଳଶୀଳ କରି ସୁରକ୍ଷା- ସହଯୋଗ କାର୍ଯ୍ୟର ପ୍ରସ୍ତୁତି କରାଯାଉ। ପ୍ରଧାନମନ୍ତ୍ରୀ ଅଧିକାରୀଙ୍କୁ ତଟୀୟ ଅଞ୍ଚଳରେ ରହୁଥିବା ଲୋକଙ୍କର ଠିକ୍‌ ସମୟରେ ସ୍ଥାନାନ୍ତରର ସୁନିଶ୍ଚିତ କରିବାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ  ପ୍ରଧାନମନ୍ତ୍ରୀ ଅଧିକାରୀଙ୍କୁ ବିଦ୍ୟୁତ୍‌ , ଟେଲିଫୋନ୍‌ ନେଟୱର୍କ କଟିବାର ସମୟକୁ କମ୍‌ କରିବାକୁ  କହିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ ( ଆଇଏମଡି) କହିଛି କି , ବାତ୍ୟା ୟାସ୍‌୨୬ ମଇ ସନ୍ଧ୍ୟା ସୁଦ୍ଧା ପଶ୍ଚିମ ବଙ୍ଗ ଓ ଉତ୍ତର ଓଡ଼ିଶାର ତଟକୁ ଅତିକ୍ରମ କରିବାର ଆଶା ରହିଛି । ଏହି ସମୟରେ ପବନର ବେଗ ୧୫୫-୧୬୫ କି.ମି ପ୍ରତି ଘଣ୍ଟାରୁ ନେଇ ୧୮୫ କି.ମି ପ୍ରତି ଘଣ୍ଟା ମଧ୍ୟରେ ରହିବ । ଏଥିରେ ପଶ୍ଚିମ ବଙ୍ଗ ଓ ଉତ୍ତର ଓଡ଼ିଶାର ତଟୀୟ ଜିଲ୍ଲା ଗୁଡ଼ିକରେ ଖୁବ୍‌ ବର୍ଷା ହେବାର ସମ୍ଭାବନା ରହିଛି । ଆଇଏମ୍‌ଡି ପଶ୍ଚିମ ବଙ୍ଗ ଓ ଓଡ଼ିଶାର ତଟୀୟ ଅଞ୍ଚଳରେ ପାଖାପାଖି ୨ରୁ ୪ ମିଟରର ବାତ୍ୟା ସତର୍କ ସୂଚନା ମଧ୍ୟ ଦେଇଛନ୍ତି।  ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ କୁହାଯାଇଛି କି , କ୍ୟାବିନେଟ୍‌ ସଚିବ ୨୨ ମଇ ୨୦୨୧ରେ ସବୁ ତଟୀୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଗୁଡ଼ିକର ମୁଖ୍ୟ ସଚିବ ଓ ସମ୍ୱନ୍ଧିତ କେନ୍ଦ୍ରୀୟ ମନ୍ତ୍ରାଳୟ ବା ଏଜେନ୍ସି ଗୁଡ଼ିକ ସହ ରାଷ୍ଟ୍ରୀୟ ସଙ୍କଟ ପ୍ରବନ୍ଧନ ସମିତି(ଏନ୍‌ସିଏମ୍‌ସି)ର ବୈଠକ କରିଛନ୍ତି ।

Leave A Reply

Your email address will not be published.