ଓଡ଼ିଶା ଷ୍ଟାଫ୍‌ ସିଲେକସନ୍‌ର ନିଯୁକ୍ତି ବିଜ୍ଞପ୍ତି ୨୧୬୯ ପଦ ପାଇଁ ଦରଖାସ୍ତ ଆହ୍ୱାନ, ୧୧ରୁ ଅନ୍‌ଲାଇନ୍‌ରେ ଆବେଦନ

0

ଭୁବନେଶ୍ୱର,୦୩/୧୧: ରାଜ୍ୟ ସରକାରଙ୍କ ଅଧୀନ ବିଭିନ୍ନ ବିଭାଗରେ ଖାଲିପଡ଼ିଛି ୨୧୬୯ଟି ପଦବି । ଏହି ପଦବି ସବୁ ପୂରଣ କରାଯିବ । ଏଥିଲାଗି ଓଡ଼ିଶା ଷ୍ଟାଫ୍‌ ସିଲେକସନ୍‌ କମିଶନର(ଏସ୍‌ଏସ୍‌ସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆୟୋଗ ପକ୍ଷରୁ ମିଳିତ ସ୍ନାତକସ୍ତରୀୟ ନିଯୁକ୍ତି ପରୀକ୍ଷା ଏବଂ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ନଭେମ୍ୱର ୧୧ ତାରିଖରୁ ଡିସେମ୍ୱର ୧୦ ତାରିଖ ଯାଏ ଅନ୍‌ଲାଇନରେ ଏହାର ଦରଖାସ୍ତ ଗ୍ରହଣ କରାଯିବ ।

ବିଜ୍ଞପ୍ତି ଅନୁସାରେ ଅଣବୈଷୟିକ ନିଯୁକ୍ତି ପରୀକ୍ଷା ଜରିଆରେ ୬୯୯ଟି ଗ୍ରୁପ୍‌ ବିଓ ୨୪୪ଟି ଗ୍ରୁପ୍‌ ସିପଦବି ପୂରଣ କରାଯିବ । ସେହିପରି ବୈଷୟିକ ସେବା ପରୀକ୍ଷା ମାଧ୍ୟମରେ ୧୨୨୬ଟି ଗ୍ରୁପ୍‌ ବିପଦବି ପୂରଣ କରାଯିବ । ସମୁଦାୟ ୨୧୬୯ଟି ପଦବି ମଧ୍ୟରେ ୧୯୨୫ଟି ଗ୍ରୁପ୍‌ ବିପଦବି ରହିଛି । ସବିଶେଷ ତଥ୍ୟ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗର ୱେବସାଇଟ୍‌ରେ ଉପଲବ୍ଧ ହେବ।

Leave A Reply

Your email address will not be published.