ପ୍ରକାଶ ପାଇଲା ଓଟିଇଟି ପରୀକ୍ଷା ଫଳ

ଭୁବନେଶ୍ବର, ୨୧।୯: ବୋର୍ଡ ଅଫ ସେକେଣ୍ଡାରି ଏକଜୁକେସନ୍ ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର୍ସ ଇଲିଜିବିଲିଟି ଟେଷ୍ଟ(ଓଟିଇଟି) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ବୋର୍ଡ ନିଜସ୍ୱ ୱେବସାଇଟରେ ଏହି ପରୀକ୍ଷା ଫଳ ଉପଲବ୍ଧ ରହିଛି। ୨୦୨୧ ଏପ୍ରିଲ ୯ ତାରିଖରେ ଏହି ଓଟିଇଟି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ଏପ୍ରିଲ ୯ ତାରିଖରେ ରାଜ୍ୟର ୪୯୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧.୨୫ଲକ୍ଷ ୮୮୦ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। କୋଭିଡ୍ ଗାଇଡ୍‌ଲାଇନ ମଧ୍ୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ପରୀକ୍ଷା କରାଯାଇଥିଲା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରିବା ନିମନ୍ତେ ଓଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହେବା ଜରୁରୀ। ଏହି ଓଟିଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ରାଜ୍ୟର ଉଭୟ ସରକାରୀ, ବେସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକତା କରିବାର ସୁଯୋଗ ମିଳିଥାଏ।

Comments are closed.