ସ୍ଥଗିତ ହେଲା ପିପିଲି ଉପନିର୍ବାଚନ

ଭୁବନେଶ୍ୱର ୧୪।୪: ସ୍ଥଗିତ ହେଲା ପିପିଲି ଉପନିର୍ବାଚନ। ୧୭ରେ ହେବାର ଥିଲା ପିପିଲିରେ ଭୋଟ୍ ଗ୍ରହଣ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଯୋଗୁଁ ସ୍ଥଗିତ ରହିଛି ଉପନିର୍ବାଚନ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପିପିଲି ଉପନିର୍ବାଚନ ନେଇ ସ୍ଥଗିତାଦେଶ ଜାରି କଲେ ପୁରୀ ଏଡିଏମ

ଆଜି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନା ସଂକ୍ରମଣରେ ପରଲୋକ ହୋଇଛି କୋଭିଡ୍‌ ଆକ୍ରାନ୍ତ ହେବା ପରେ ତାଙ୍କୁ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ତେବେ ତାଙ୍କର ପରଲୋକ ହୋଇଛି ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି ତେବେ ସନ୍ଧ୍ୟାରେ ଅଜିତଙ୍କ ଶେଷକୃତ ସମ୍ପର୍ଣ୍ଣ ହୋଇଛି କହିରଖୁଛୁ ପିପିଲି ଉପ ନିର୍ବାଚନ ପାଇଁ ବିଜେପି ପକ୍ଷରୁ  ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବାବେଳେ ବିଜେଡି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ କରାଇଛି ନିର୍ବାଚନ ଚଳିତ ମାସ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିଲା କିନ୍ତୁ ଏବେ ଏହାକୁ ସ୍ଥଗିତ କରାଯାଇଛି

Comments are closed.