ଉଦଘାଟନ ହେଲା ଦେଶର ଦୀର୍ଘତମ ସାମୁଦ୍ରିକ ପୋଲ ଅଟଳ ସେତୁ

0

ମୁମ୍ବାଇ, ୧୨/୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ (ଏମଟିଏଚ୍ଏଲ୍)ର ଉଦଘାଟନ କରିଛନ୍ତି। ୧୭,୮୪୦ କୋଟି ରୁ ଅଧିକ ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯାଇଛି । ଏହାକୁ ଦେଶର ଦୀର୍ଘତମ ସାମୁଦ୍ରିକ ପୋଲ ବୋଲି କୁହାଯାଉଛି । ଏହି ସେତୁର ନାମ ଅଟଳ ବିହାରୀ ବାଜପେୟୀ ସେଓ୍ବାରି-ନହବା ସେଭା ଅଟଳ ସେତୁ । ଏହା ବିଶ୍ୱର ଦ୍ୱାଦଶ ଦୀର୍ଘତମ ସେତୁ ଅଟେ ।

ଡିସେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସେତୁର ଶିଳାନ୍ୟାସ କରିଥିଲେ। ଏହା ଭାରତର ସବୁଠାରୁ ଲମ୍ବା ସେତୁ ଏବଂ ଭାରତର ସବୁଠାରୁ ଲମ୍ବା ସମୁଦ୍ର ପୋଲ ଅଟେ । ସମୁଦ୍ର ଉପରେ ପ୍ରାୟ ୧୬.୫ କିଲୋମିଟର ଏବଂ ସ୍ଥଳଭାଗରେ ପ୍ରାୟ ୫.୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ପୋଲର ଲମ୍ବ ପ୍ରାୟ ୨୧.୮ କିଲୋମିଟର । ଏହା ଏକ ୬ ଲେନ୍ ବିଶିଷ୍ଟ ସେତୁ ।

ଏହା ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ନବୀ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସିଧାସଳଖ ସଂଯୋଗ ପ୍ରଦାନ କରିବ ଏବଂ ମୁମ୍ବାଇରୁ ପୁଣେ, ଗୋଆ ଏବଂ ଦକ୍ଷିଣ ଭାରତକୁ ଯାତ୍ରା ସମୟ ମଧ୍ୟ ହ୍ରାସ କରିବ । ଏହି ସେତୁ ମୁମ୍ବାଇ ବନ୍ଦର ଏବଂ ଜବାହରଲାଲ ନେହେରୁ ବନ୍ଦର ମଧ୍ୟରେ ଯୋଗାଯୋଗରେ ମଧ୍ୟ ଉନ୍ନତି ଆଣିବ । ଏହି ପୋଲରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଗାଡ଼ି ଯାଇପାରିବ ଓ ଟୋଲ ପାଇଁ ବାଟରେ ଅଟକିବାକୁ ପଡ଼ିବ ନାହିଁ ।

ଶକ୍ତି ଦୃଷ୍ଟିରୁ ଅଟଳ ସେତୁ ସେତୁ କାହାଠାରୁ କମ୍ ନୁହେଁ। ଭୂମିକମ୍ପ, ଝଡ଼, ବାତ୍ୟା କିମ୍ବା ପ୍ରବଳ ପବନ ହେଲେ ମଧ୍ୟ ଏହା ଦୃଢ଼ତାର ସହ ଠିଆ ହେବ ବୋଲି ଦାବି କରାଯାଉଛି। ଏହାକୁ ତିଆରି କରିବାରେ ପ୍ରାୟ ୧.୭୮ ଲକ୍ଷ ମେଟ୍ରିକ୍ ଟନ୍ ଇସ୍ପାତ ବ୍ୟବହୃତ ହୋଇଛି। ୫.୦୪ ଲକ୍ଷ ମେଟ୍ରିକ୍ ଟନ୍ ସିମେଣ୍ଟ ବ୍ୟବହାର କରାଯାଇଛି। ଏହାର ଜୀବନକାଳ ୧୦୦ ବର୍ଷ ବୋଲି କୁହାଯାଉଛି ।

Leave A Reply

Your email address will not be published.