ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ, ୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଟିକା ନେଇଛନ୍ତି। କରୋନାର ପ୍ରଥମ ଟିକା ସେ ଦିଲ୍ଲୀ ଏମ୍ସରେ ନେଇଛନ୍ତି। ସଂପର୍କରେ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। ଟିକା ନେବା ପରେ ସେ ସମସ୍ତ ଡାକ୍ତର ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ବୈଜ୍ଞାନିକ ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି କୋଭିଡ ବିରୋଧରେ ଭଲ ଭାବେ ଲଢ଼େଇ କରିପାରୁଛି ବୋଲି ମୋଦି କହିଛନ୍ତି। ଏଥିସହ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଟିକା ନେଇ ଭାରତକୁ କୋଭିଡ୍ ମୁକ୍ତ କରିବାକୁ ସେ ଆହ୍ୱାନ କରିଛନ୍ତି। ଭାରତ ବାୟୋଟେକର ଏହି ଟିକାକୁ ନେଇ ମଧ୍ୟ ବିରୋଧୀ କିଛି ବିଶେଷଜ୍ଞ ପ୍ରଶ୍ନ ଉଠାଇଥିଲେ। ହେଲେ ମୋଦି ଏବେ ଏହି ଟିକା ନେଇ କୋଭାକ୍ସିନର ବିଶ୍ୱସନୀୟତାକୁ ନେଇ ଉଠିଥିବା ପ୍ରଶ୍ନର ଜବାବ ଦେଇଛନ୍ତି।

 

Comments are closed.