ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ପ୍ରସ୍ତୁତି ବୈଠକ: ରାତି ୧୦ଟାରେ ମହାଦୀପ ଉଠିବା ପ୍ରସ୍ତାବ, ଖୁବ୍‌ଶୀଘ୍ର ଚୂଡ଼ାନ୍ତ ହେବ ନୀତି ନିର୍ଘଣ୍ଟ

0

ଭୁବନେଶ୍ୱର,୨୧/୦୧: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁରୁଖୁରୁରେ ସମାପନ କରିବା ଲାଗି ମନ୍ଦିର କାର୍ଯ୍ୟାଳୟ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଶୁକ୍ରବାର ସନ୍ଧ୍ୟା ବେଳେ ମନ୍ଦିର କାର୍ଯ୍ୟାଳୟ ପରିସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ନୀତି ନିର୍ଘଣ୍ଟ ପ୍ରସ୍ତାବ କରାଯାଇଛି । ଖୁବ ଶୀଘ୍ର ଟ୍ରଷ୍ଟବୋର୍ଡ ବୈଠକକୁ ଏହି ପ୍ରସ୍ତାବିତ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ଅନୁମୋଦନ ନିମନ୍ତେ ପଠାଯିବ । ବୈଠକରେ ନିଷ୍ପତ୍ତି ଅନୁଯାୟୀ ଗତ ବର୍ଷର ନୀତି ନିର୍ଘଣ୍ଟକୁ କାଏମ ରଖିବା ଲାଗି ସମ୍ମତି ନିଆଯାଇଥିଲା ।

ପ୍ରସ୍ତାବ ଅନୁଯାୟୀ ଭୋର ୩ଟାରେ ମନ୍ଦିର ଖୋଲାଯାଇ ମଙ୍ଗଳଆଳତି ଓ ଅବକାଶ ନୀତି କରାଯିବ । ଏହା ପରେ ରୋଷ ହୋମ, ଛାମୁ ପରିଷ୍କାର, ମହାସ୍ନାନ ଓ ବେଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା,ଶ୍ରୀଜିଉ ଓ ଠାକୁରାଣୀଙ୍କ ବଲ୍ଲଭ, ସକାଳଧୂପ,ଭୁବନେଶ୍ୱରୀଙ୍କ ସକାଳ ଧୂପ, ଭୋଗ ମଣ୍ଡପ, ଛାମୁ ପରିଷ୍କାର, ଶ୍ରୀଜିଉଙ୍କ ବେଶ, ବୀର କିଶୋର ବଲ୍ଲଭ, ଶ୍ରୀଜିଉଙ୍କ ପହୁଡ଼, ସନ୍ଧ୍ୟା ଆଳତି, ଟେରାଫିଟା, ଶ୍ରୀଜିଉଙ୍କ ମାଜଣା, ଯାତ୍ରାପୂଜା ଓ ସନ୍ଧ୍ୟା ଧୂପ ସମ୍ପନ୍ନ ହେବା ପରେ ଠିକ ରାତି ୧୦ଟାରେ ମହାଦୀପ ଉଠିବ ।

ଶୁକ୍ରବାର ବୈଠକରେ କେବଳ ବଡୁ ନିଯୋଗ ସଭାପତି ଅଞ୍ଚଳ ବଡୁ,ସମ୍ପାଦକ କମଳାକାନ୍ତ ବଡୁ ଓ ମନ୍ଦିର କର୍ମଚାରୀମାନେ ଉପସ୍ଥିତ ଥିବା ବେଳେ ବ୍ରାହ୍ମଣ,ପୂଜାପଣ୍ଡା ଓ ସମର୍ଥା ନିଯୋଗ ତରଫରୁ କେହି ହେଲେ ଯୋଗ ଦେଇନଥିଲେ । ଅନୁପସ୍ଥିତ ଥିବା ନିଯୋଗ କର୍ତ୍ତୃପକ୍ଷଙ୍କୁ ପଚରା ଯିବାରୁ ସମସ୍ତେ ପ୍ରାୟ ଏକାପ୍ରକାର ପ୍ରତିକିୟା ରଖିଥିଲେ ।

ସେମାନଙ୍କ କହିବାନୁଯାୟ,ଆମେ ମନ୍ଦରି ଟ୍ରଷ୍ଟ ବୋର୍ଡଙ୍କ ନିକଟରେ ଅନେକ ସମାସ୍ୟା ବାବଦରେ ବାରମ୍ବାର ଅବଗତ କରାଉଛୁ । କିନ୍ତୁ କେବେ ହେଲେ କୌଣସି ବିଷୟ ସମାଧାନ ହୋଇ ପାରିଲା ନାହିଁ । ଫଳରେ ବାରମ୍ବାର ଯାନିଯାତ୍ରାରେ ନୀତି ବିଭ୍ରାଟ ପରିକା ପରିସ୍ଥିତି ଉପୁଜୁଛି ।

Leave A Reply

Your email address will not be published.