ଶ୍ରୀଲିଙ୍ଗରାଜଙ୍କ ଦୋଳଯାତ ପାଇଁ ପ୍ରସ୍ତୁତି ବୈଠକ, ନିର୍ଦ୍ଧାରିତ ହେଲା ଶୁଭ ମୁହୂର୍ତ୍ତ

ଭୁବନେଶ୍ୱର,୧୧୩: ଆସନ୍ତା ୧୮ ତାରିଖରେ ପଡ଼ୁଛି ଦୋଳ ଉତ୍ସବବିଧି ମୁତାବକ ଏହି ପର୍ବ ପାଳନ ଲାଗି ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ପ୍ରସ୍ତୁତି ଆରମ୍ଭ କରିଛି ଏଥିପାଇଁ ଗୁରୁବାର ମନ୍ଦିର ନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ମନ୍ଦିର କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିବୈଠକରେ ଉପସ୍ଥିତ ଶ୍ରୀଜିଉଙ୍କ ଜ୍ୟୋତିଷ ସେବାୟତ ପର୍ବର ଶୁଭ ମୁହୂର୍ତ୍ତ ନିର୍ଦ୍ଧାରଣ କରିଥିଲେ

ତଦନୁଯାୟୀ ଦିନ ୧୨ଟାରୁ ୧ଟା ମଧ୍ୟରେ ଠାକୁରଙ୍କ ପହଣ୍ଡି ନୀତି ସମ୍ପନ୍ନ ହେବ ଶ୍ରୀଜିଉ ଏହାପରେ ଦୋଳମଣ୍ଡପରେ ବିଜେ କରିବେ । ସେଠାରେ ଶ୍ରଦ୍ଧାଳୁ ଠାକୁରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବେ ଦୋଳ ମଣ୍ଡପରେ ସମସ୍ତ ନୀତି ସମ୍ପାଦନ ପରେ ରାତି ୧୦ଟାରୁ ୧୧ଟା ୩୦ ମଧ୍ୟରେ ଗମ୍ଭୀରାକୁ ପ୍ରତ୍ୟାବର୍ତ୍ତନ କରିବେ ଦୋଳ ପର୍ବ ଅବସରରେ ଶ୍ରୀଜିଉ ଦଶମୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ନଗର ପରିକ୍ରମା କରି ବିଭିନ୍ନ ମଣ୍ଡପରେ ବିଜେ ହେବେ ସେଠାରେ ଶ୍ରଦ୍ଧାଳୁଙ୍କ ଠାରୁ ଭୋଗରାଗରେ ଆପ୍ୟାୟିତ ହେବେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମନ୍ଦିର ସିଂହଦ୍ୱାର ଠାରୁ ରଥଗଡ଼ା ଯାଏଁ ରାସ୍ତା ଉପରେ ତାପରୋଧକ ପ୍ରଲେପ ଦିଆଯିବଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ପୁଲିସ ମୃତୟନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ବୈଠକରେ ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି ଓ ମନ୍ଦିର କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ

Comments are closed.