ଭୁବନେଶ୍ବର ଓ ପୁରୀ ରେଳ ଷ୍ଟେସନର ହେବ ପୁନଃବିକାଶ

ଭୁବନେଶ୍ବର, ୩।୧୧: ଦେଶର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକର ପୁନଃବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିଛି ରେଳ ମନ୍ତ୍ରଣାଳୟ।  ୪୦ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସେହିପରି ୧୪ଟି ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ପୁନଃବିକାଶ ହେବାକୁ ଥିବା ରେଳ ଷ୍ଟେସନ ମଧ୍ୟରେ ପୁରୀ, ଭୁବନେଶ୍ବର ଏବଂ କଟକ ରେଳ ଷ୍ଟେସନ ସାମିଲ ହୋଇଛି।  କଟକ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଟେଣ୍ଡର ପକ୍ରିୟା ଆରମ୍ଭ ହୋଇସାରିଛି।

ଏହି ଷ୍ଟେସନର ବିକାଶ କାର୍ଯ୍ୟରେ ଅଧିକ ସ୍ଥାନ ଥିବା ରୁଫ୍ ପ୍ଲାଜା ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି। ଏହା ବ୍ୟତୀତ ଫୁଡକୋର୍ଟ, ପ୍ରତୀକ୍ଷାଳୟ, ପିଲାମାନଙ୍କ ଖେଳିବା ସ୍ଥାନ ଆଦି ବିକଶିତ କରାଯିବ। ଷ୍ଟେସନ ଭିତ୍ତିଭୂମି ନିର୍ମାଣ ସମୟରେ ସବୁଜ ଅଟ୍ଟାଳିକା ଜ୍ଞାନ କୌଶଳ ଅବଲମ୍ବନ କରାଯିବ। ଦିବ୍ୟାଙ୍ଗ ପାଇଁ ଅନୁକୂଳ ବ୍ୟବସ୍ଥା ରହିବ। ଏଥିରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧାସୁଯୋଗ ରହିବ।

Comments are closed.