ଟିକା ନେଲେ ଲଣ୍ଡନ ରାଣୀ ଏଲିଜାବେଥ୍‌ ଓ ପ୍ରିନ୍ସ ଫିଲିପ୍

0

ଲଣ୍ଡନ, ୯।୧: ବ୍ରିଟେନର ରାଣୀ ଏଲିଜାବେଥ-୨ ଓ ତାଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ୍‌ ଆଜି କରୋନା ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ବକିଂହମ୍ ପ୍ୟାଲେସର ମୁଖପାତ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଣୀ ଓ ଡ୍ୟୁକ୍ ଅଫ୍ ଏଡିନ୍‌ବର୍ଗଙ୍କୁ ଆଜି କୋଭିଡ -୧୯ ଟିକା ଦିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମ ଥର ପାଇଁ ରାଣୀ ଓ ପ୍ରିନ୍ସଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏପରି ତଥ୍ୟ ସର୍ବସାଧାରଣରେ ପ୍ରକାଶ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ୱିଣ୍ଡର କ୍ୟାଷ୍ଟେଲରେ ୯୪ ବର୍ଷୀୟ ରାଣୀ ଏଲିଜାବେଥ-୨ ଓ ୯୯ ବର୍ଷୀୟ ପ୍ରିନ୍ସ ଫିଲିପଙ୍କୁ କରୋନା ଟିକା ରାଜପ୍ରାସାଦ ଡାକ୍ତର ପ୍ରଦାନ କରିଛନ୍ତି। ତେବେ ଏ ବିଷୟରେ ଆଉ କୌଣସି ଅଧିକ ସୂଚନା ମିଳିନାହିଁ।

ବ୍ରିଟେନରେ ଏଯାଏ ୧୫ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇ ସାରିଲାଣି। ପ୍ରଥମ ପର୍ଯ୍ୟାୟରେ ବୟସ୍କ, ସ୍ୱାସ୍ଥ୍ୟକର୍ମୀ ଓ କରୋନା ସହ ସମ୍ମୁଖରେ ରହି ଲଢ଼େଇ କରୁଥିବା ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ଦେଶରେ ଫାଇଜର ଓ ଅକ୍ସଫୋର୍ଡ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି।

Leave A Reply

Your email address will not be published.