ରାମଚନ୍ଦ୍ର ବେହେରା ପାଇବେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ବର,୨୭/୧: ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରାଙ୍କୁ ୨୦୨୦ ମସିହା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସାରସ୍ବତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ମିଳିବ। ସାହିତ୍ୟ କ୍ଷେତ୍ରରେ ଜୀବନ ବ୍ୟାପୀ ଅବଦାନ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯିବ। ଏହା ସହ ୧୫ ଜଣ ବୟୋଜ୍ୟେଷ୍ଠ ସାରସ୍ବତ ସାଧକ-ସାଧିକାଙ୍କୁ ଏକାଡେମି ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ସମ୍ବର୍ଦ୍ଧିତ ହେବାକୁ ଥିବା ବ୍ୟକ୍ତିତ୍ବମାନେ ହେଲେ ଦେବେନ୍ଦ୍ର କୁମାର ଦାଶ, ଗିରିଜା ଶଙ୍କର ଶର୍ମା, ଅଶୋକ କୁମାର ପଟ୍ଟନାୟକ, ବାବଜୀ ଚରଣ ପଟ୍ଟନାୟକ, ବାଇଧର ସାହୁ, ଜୀବନକୃଷ୍ଣ ମହାପାତ୍ର, ଦିଗରାଜ ବ୍ରହ୍ମା, ରୁଦ୍ରନାରାୟଣ ପୃଷ୍ଟି, ସୌଭାଗିନୀ ମିଶ୍ର, ସ୍ବରାଜଲକ୍ଷ୍ମୀ ମିଶ୍ର, କୃପାସିନ୍ଧୁ ନାୟକ, ନିର୍ମଳପ୍ରଭା ନାୟକ, ରାସେଶ୍ବରୀ ମିଶ୍ର, ରା‌ଧାବିନୋଦ ନାୟକ ଓ ମହେଶ୍ବର ମୂଳିଆ। ସମସ୍ତଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏ ନଗଦ ଅର୍ଥରାଶି ପ୍ରଦାନ କରାଯିବ। ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଆୟୋଜିତ ଏକାଡେମିର କାର୍ଯ୍ୟକାରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏକାଡେମି ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପ୍ରଦାନ କରାଯିବା ସହ ସାରସ୍ବତ ବ୍ୟକ୍ତିତ୍ବମାନଙ୍କୁ ସମ୍ବର୍ଦ୍ଧିତ କରାଯିବ।

Comments are closed.