ଜେଲ୍ ଗଲା ଅଭିଯୁକ୍ତ ସରୋଜ ସେଠୀ

ଭୁବନେଶ୍ବର, ୨୪।୧୨: ଜଲେ୍ ନୟାଗଡ଼ ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀ। ୩ ଦିନିଆ ରିମାଣ୍ଡ ଅବଦ୍ଧି ସରିବା ପରେ ଏସ୍ଆଇଟି ସରୋଜଙ୍କୁ ପୋକ୍ସୋ କୋର୍ଟରେ ହାଜର କରିଥିଲା। ରିମାଣ୍ଡ ସରିଥିବାରୁ ବିଚାର ବିଭାଗୀୟ ହାଜତକୁ ସରୋଜଙ୍କୁ ପଠାଇ ଦିଆଯାଇଛି। ଘରେ ଏକା ଥିବା ସମୟରେ ମାତ୍ର ୫ ବର୍ଷର କୁନି ଝିଅ ପରୀକୁ ଏକା ପାଇ ତାକୁ ଦୁଷ୍ମର୍ମ କରିବାକୁ ଚାହିଁଥିଲା ଅଭିଯୁକ୍ତ ସରୋଜ ସେଠୀ। ପରୀ କାନ୍ଦିବାରୁ ପ୍ରଥମେ ତା’ ତଣ୍ଟି ଚିପି ହତ୍ୟା କରିବା ପରେ ତା’ ମୃତଦେହ ସହ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଖୋଦ୍ ଅଭିଯୁକ୍ତ ତା’ର ଦୋଷ ସ୍ୱୀକାର କରିଥିବା ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ। ଜୁଲାଇ ୧୪ରେ ଅଭିଯୁକ୍ତ ଘରକୁ ଜାମୁକୋଳି ଖାଇବାକୁ ଯାଇଥିଲା କୁନି ଝିଅ ପରୀ। ସେବେଠାରୁ ନିଖୋଜ ଥିବା ପରୀର ମୃତଦେହ ଜୁଲାଇ ୨୩ ତାରିଖରେ ତା’ ଘର ପଛରେ ଥିବା ପୋଖରୀ ପାଖରୁ ଏକ ଅଖା ଭିତରୁ ମିଳିଥିଲା।

Comments are closed.