ମେ’ ୧୫ ଯାଏ ଜଗା ଦର୍ଶନ ବନ୍ଦ

ପୁରୀ, ୨୪।୪ : ଆସନ୍ତା ମେ’ ୧୫ ତାରିଖ ଯାଏ ବନ୍ଦ ହେଲା ଜଗା ଦର୍ଶନ। ପୁରୀରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ଶ୍ରୀମନ୍ଦିରରେ କୋଭିଡ କଟକଣା ମଧ୍ୟରେ ସମସ୍ତ ନୀତିକାନ୍ତି ଚାଲିବ। ଛତିଶାନିଯୋଗ ବୈଠକରେ ସେବାୟତମାନେ ସାଧାରଣ ଦର୍ଶନ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ। ତେବେ କୋଭିଡ୍ କଟକଣା ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଚାଲିବ।

ପୁରୀରେ ଆଜି ରେକର୍ଡ ସଂଖ୍ୟକ ୩୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏତଦ୍ ବ୍ୟତୀତ ଶ୍ରୀମନ୍ଦିରର ବହୁ ସେବାୟତ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ପୁରୀ ସହରରେ ମଧ୍ୟ ବିଭିନ୍ନ ସାହିରେ ହୁ ହୁ ହୋଇ ମାଡି ଚାଲିଛି କରୋନା। ଯାହାକି ମନ୍ଦିର ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ତେବେ ଶ୍ରୀମନ୍ଦିରରେ ନୂତନ ଏସଓପି କରୋନା ସ୍ଥିତିକୁ ଦେଖି ଛତିଶାନିଯୋଗ ବୈଠକ ବସିଥିଲା ଏହି ବୈଠକରେ ଆଗାମୀ ଦିନରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ କରିବାକୁ ସେବାୟତମାନେ ପ୍ରସ୍ତାବ ଦେଇଥିଲେ କୋଭିଡ଼ ନିୟମ ଅନୁଯାୟୀ ରଥ କାର୍ଯ୍ୟ ଜାରି ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଆଜିର ଏହି ଭର୍ଚୁଆଲ୍ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲାପାଳ, ଏସପି ଛତିଶା ନିଯୋଗ ସେବାୟତଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ହୋଇଛି

Comments are closed.