ସୋଆ ପରିବାର ପକ୍ଷରୁ ସ୍ୱର୍ଗତ ଦେବୀ ପ୍ରସାଦ ରାୟଙ୍କର ସ୍ମୃତି ସଭା ଆୟୋଜିତ

0

ଭୁବନେଶ୍ୱର, ୧୩/୦୫:  ସୋଆର କୁଳାଧିପତି ସ୍ୱର୍ଗତ ପ୍ରଫେସର ଦେବୀ ପ୍ରସାଦ ରାୟଙ୍କର ସ୍ମୃତିରେ ଶୁକ୍ରବାର ଏକ ସଭା ଆୟୋଜିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସୋଆ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ) ମନୋଜ ରଞ୍ଜନ ନାୟକ ଓ ଉପ ସଭାପତି ଶ୍ରୀମତି ଶାଶ୍ୱତୀ ଦାସ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଗତ ଏପ୍ରିଲ୍ ୨୯ ତାରିଖ ଦିନ ପ୍ରଫେସର ରାୟଙ୍କର ଚିକିତ୍ସାଧିନ ଅବସ୍ଥାରେ ବିୟୋଗ ଘଟିଥିଲା । ସେ ମାର୍ଚ୍ଚ ୧. ୨୦୨୨ରେ ସୋଆର ପୂର୍ବତନ କୁଳାଧିପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ) ନାୟକଙ୍କର ପ୍ରମୁଖ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ । ଏଥି ସହ ପ୍ରଫେସର ରାୟଙ୍କ ଉଦ୍ୟମରେ ସୋଆର କୃଷି ମହାବିଦ୍ୟାଳୟ ଓ ଭେଟେରିନାରୀ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଛି । ପ୍ରଫେସର ରାୟ ଦୁଇ ଥର ଓୟୁଏଟିର ପୂର୍ବତନ କୁଳପତି ମଧ୍ୟ ଥିଲେ ।

ଏହି ଅବସରରେ ତାଙ୍କର ପରିବାରବର୍ଗ, ଶିକ୍ଷା ଓ ଅନୁସନ୍ଧାନ ପରିବାର ଓ ଓୟୁଏଟିର ଅନେକ ପ୍ରଫେସର, ଉଚ୍ଚ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.