ସୋଆ ଏନ୍‌ଏସ୍‌ଏସ୍ ତରଫରୁ ବନ୍ୟା ବିପନ୍ନଙ୍କୁ ସହାୟତା

ଭୁବନେଶ୍ୱର, ୨୭/୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନ୍‌.ଏସ୍‌.ଏସ୍ ଶାଖା ପକ୍ଷରୁ ଗୁରୁବାର ବନ୍ୟା ପ୍ରପୀଡିତମାନଙ୍କୁ ରିଲିଫ୍ ବଂଟନ କରାଯାଇଥିଲା। ସୋଆର ଛାତ୍ରଛାତ୍ରୀ ଓ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇଥିବା ବେଳେ ଏହି ଟିମ୍ ଖୋର୍ଦ୍ଧା ଜିଲ୍ଲାର ଶରଧାପୁର ଗ୍ରାମକୁ ଯାଇ ରିଲିଫ୍ ବଂଟନ କରିଥିଲେ।

ଚୁଡା, ଚିନି, ବିସ୍କୁଟ, ମଶାଧୂପ, ଦିଆସିଲି, ମହମବତୀ ପ୍ରଭୃତି ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ନେଇ ୩୦୦ରୁ ୩୫୦ ପ୍ୟାକେଟ କରାଯାଇଥିଲା। ମହାନଦୀର ପ୍ରଳୟଙ୍କରୀ ବନ୍ୟା କାଜୁଆ ଘାଇ ଭାଙ୍ଗି ଏହି ଗ୍ରାମକୁ କ୍ଷତିଗ୍ରସ୍ତ କରିଦେଇଛି। ସେଠାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଡଙ୍ଗା ମାଧ୍ୟମରେ ଏନ୍‌ଏସ୍‌ଏସ୍ ଟିମ୍ ଗ୍ରାମ ମଧ୍ୟକୁ ଯାଇଥିଲେ। ସେଠାରେ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ ସହିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ତରଫରୁ  ଆସିଥିବା ଔଷଧ ମଧ୍ୟ ବଂଟନ କରାଯାଇଥିଲା। ଏହି ଟିମ୍‌ରେ ସୋଆ ଏନ୍‌ଏସ୍‌ଏସ୍‌ର ପ୍ରୋଗାମ ଅଫିସର କନକଲତା ଓଝା ଓ ସମ୍ ହସ୍ପିଟାଲ୍ ପକ୍ଷରୁ ଜୁନିୟର ହସ୍ପିଟାଲ୍ ଆଡ଼ମିନିଷ୍ଟ୍ରେଟର୍ ସାଗର କୁମାର ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ। ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ।

Comments are closed.