ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ଵର, ୪।୬:  ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରାଛାତ୍ରୀମାନଙ୍କୁ କରୋନା ଟିକା ଦେବ ବିଏମ୍‌ସି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିସନର ସଞ୍ଜୟ ସିଂହ। କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ ବୋଲି ଶନିବାର ସୂଚନା ଦେଇଛନ୍ତି ବିଏମ୍‌ସି କମିସନର।

ପାଠ ପଢ଼ିବା ପାଇଁ ବିଦେଶ ଯିବାକୁ ବସିଥିବା ଛାତ୍ରଛାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଟିକା ନ ନେଇ ବିଦେଶ ଯିବାକୁ ଅନୁମତି ନଥିବାରୁ ସେମାନେ ବିଦେଶ ଯାତ୍ରା କରିପାରୁ ନଥିଲେ। ଏହି ସମସ୍ୟାକୁ ଆଖି ଆଗରେ ରଖି ପାଠ ପଢ଼ିବାକୁ ବିଦେଶ ବାହାରିଥିବା ବିଏମ୍‌ସି ଅଧୀନ ଛାତ୍ରଛାତ୍ରୀମାନଙ୍କୁ ଟିକା ଦିଆଯିବ ବୋଲି ଘୋଷଣା ହୋଇଛି।

ଏନେଇ କମିଶନର କହିଛନ୍ତି ଯେ ଛାତ୍ର-ଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ କାଲିଠୁ ବ୍ୟବସ୍ଥା କରାଯିବ। ଛାତ୍ରଛାତ୍ରୀମାନେ ୧୯୨୯କୁ ଫୋନ୍ କରି ଟିକା ପାଇଁ ନିଜ ନାଁ ପଞ୍ଜିକରଣ କରିପାରିବେ।ଏହାପରେ ସେମାନଙ୍କୁ ଟିକା ଦିଆଯିବା ବ୍ୟବସ୍ଥା କରାଯିବ।

କେବଳ ସେତିକି ନୁହେଁ, ରାଜଧାନୀବାସୀଙ୍କୁ ଅକ୍ସିଜେନ୍‌ ଯୋଗାଇବା ସହିତ ମୋବାଇଲ୍‌ ଟେଷ୍ଟିଂ ବ୍ୟବାସ୍ଥା ମଧ୍ୟ କରାଯାଉଛି। ଅକ୍ସିଜେନ କନସେନଟ୍ରେଟର ଯୋଗାଇବା ପାଇଁ ଏକ ଆପ୍ ପ୍ରସ୍ତୁତ ହେବ, ଯେଉଁମାନେ ଚାହିଁବେ ଏହି ଆପ୍ ମାଧ୍ୟମରେ ବୁକିଂ କରି ଅକ୍ସିଜେନ୍‌ ନେଇପାରିବେ। ହୋମ୍ ଆଇସୋଲେସନ୍‌ରେ ଥିବା କରୋନା ରୋଗୀଙ୍କ ପାଇଁ ଏହି ମାଗଣା ଅକ୍ସିଜେନ୍‌ ବ୍ୟବସ୍ଥା କରିଛି ବିଏମ୍‌ସି। ସୋମବାର ଠାରୁ ଏହି ସେବା ଆରମ୍ଭ ହେବ।

Comments are closed.