ସୁବ୍ରତ ସାହୁଙ୍କୁ ଛତିଶଗଡର ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ବର,୧୧/୧ : ଛତିଶଗଡ଼ କ୍ୟାଡର୍‌ର ୧୯୯୨ ବ୍ୟାଚ୍‌ର ଓଡ଼ିଆ ଆଇଏଏସ୍‌ ଅଫିସର୍ ସୁବ୍ରତ ସାହୁ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି। ସେଠାକାର ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ ସ୍ବାସ୍ଥ୍ୟଗତ କାରଣରୁ ଛୁଟିରେ ଯାଇଛନ୍ତି। ତାଙ୍କ ସ୍ଥାନରେ ଶ୍ରୀ ସାହୁଙ୍କୁ ଛତିଶଗଡ଼ ସରକାର ଏହି ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ଛତିଶଗଡ଼ର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏବେ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସହ ଗୃହ ଓ ଜେଲ ପ୍ରଶାସନ, ଶକ୍ତି, ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି, ବାଣିଜ୍ୟ ଏବଂ ଶିଳ୍ପ ବିଭାଗ ଦାୟିତ୍ୱରେ ମଧ୍ୟ ଅଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁଙ୍କ ପୁତ୍ର ହେଉଛନ୍ତି ସୁବ୍ରତ ସାହୁ।

Comments are closed.