ପରୀ ହତ୍ୟା ମାମଲା: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ଭୁବନେଶ୍ବର, ୧୩।୧: ବହୁଚର୍ଚ୍ଚିତ ନୟାଗଡ଼ ‘ପରୀ’ ହତ୍ୟା ମାମଲାରେ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ। ପରୀର ମାଆ ସୌଦାମିନୀଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ  ଏହି ନୋଟିସ୍‌ କରିଛନ୍ତି। ଆଜି ପରୀର ମାଆ ନ୍ୟାୟ ପାଇଁ ସୁପ୍ରିମକୋର୍ଟ ଯାଇଥିଲେ ଓ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କହିଥିଲେ।

୫ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିଲା। ଏଥିରେ ସେହି ଗାଁର ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଥିଲେ। କିନ୍ତୁ ମାମଲାର ତଦନ୍ତକାରୀ ଦଳ ଏସ୍‌ଆଇଟି ସେହି ଗ୍ରାମର ଜଣେ ନାବାଳକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଷ୍କର୍ମ କରି ପରୀକୁ ହତ୍ୟା କରିଥିବା ଏସ୍‌ଆଇଟି ଗଣମାଧ୍ୟମ ସମ୍ମିଳନୀରେ କହିଥିଲେ। କିନ୍ତୁ ଏସ୍‌ଆଇଟି ତଦନ୍ତରେ ସନ୍ତୁଷ୍ଟ ନଥିବା ପରୀର ମା’ ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

Comments are closed.