ଏଣିକି କାରରେ କଳାକାଚ ଲଗାଇଲେ ୫୦୦ ଟଙ୍କା ତଣ୍ଡ

ଭୁବନେଶ୍ବର ୧୫୫: ଏଣିକି କାରରେ କଳାକାଚ ଲାଗିଥିଲେ ୫୦୦ ଟଙ୍କା ତଣ୍ଡ ଗଣିବେ କାର ମାଲିକ। ଦ୍ବୈତନଗରୀରରେ ଆରମ୍ଭ ହେଲା କାରରୁ କଳାକାଚ କ୍ଳିନ୍ ଅଭିଯାନ। ଏଣିକି ରାସ୍ତାରେ ଗଡ଼ିବନି କଳାକାଚ ଲାଗିଥିବା କାର। ଅପରାଧୀମାନେ କଳାକାଚ ଲାଗିଥିବା କାର୍‌ ଯୋଗେ ସହଜରେ ଅପରାଧ ଘଟାଇ ଖସିଯାଉଥିଲେ। ସିସିଟିଭି କ୍ୟାମେରା ବି କାର୍‌ ଭିତର ଦୃଶ୍ୟ ଧରିବା ସମ୍ଭବ ହେଉନଥିଲା। ଏହାକୁ ନେଇ କମିସନରେଟ୍ ପୋଲିସ ପକ୍ଷରୁ ବିଭିନ୍ନ ଛକରେ ଚେକିଂ କରାଯାଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଛକରେ ଧରାପଡ଼ି ୫୧ ଗାଡ଼ି ମାଲିକ ଠାରୁ ଜୋରିମାନା ଆଦାୟ ହୋଇଛି। ଏଥି ସହିତ କାରରୁ କଳାକାଚ ବାହାର କରିଛନ୍ତି ଟ୍ରାଫିକ୍ ପୋଲିସ। ଆଗକୁ ଆହୁରି ଏହି ଧଡ଼ପଗଡ଼ ଡ଼ାକଡ଼ି ହେବ। ନିୟମ ଭାଙ୍ଗିଲେ ଗାଡ଼ି ସିଜ କରାଯିବ ବୋଲି ଟ୍ରାଫିକ୍ ଏସିପି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, କାରରୁ କଳାକାଚ ନେଇ ସୁପ୍ରିମ୍‌କୋର୍ଟରେ ଆବେଦନ ହେବା ପରେ ୨୦୧୨ ମସିହାରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଆସିଥିଲା। କାର୍‌ଗୁଡ଼ିକରେ ଟିଣ୍ଟେଡ୍‌ ଗ୍ଲାସ୍‌ ବ୍ୟତୀତ ଅନ୍ୟ କୌଣସି ପ୍ରକାର କାଚ ବ୍ୟବହାର କରାଯିବ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଲେ। ସବୁ କାର୍‌ରେ ଟ୍ରାନ୍ସପ୍ଲାଣ୍ଟ କାଚ ଲାଗିବ ବୋଲି କଡ଼ା ନିର୍ଦ୍ଦେଶ ହୋଇଥିଲା।

Comments are closed.