ନାମାଙ୍କନ ଦାଖଲ ଶେଷ ଦିନରେ ଭିଡ଼ କମାଇବାକୁ ନିର୍ଦ୍ଦେଶ

0

ଭୁବନେଶ୍ୱର, ୨୦।୧: ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ହୋଇଯାଇଛି ରାଜ୍ୟର ପରିବେଶ।  ଗତ ୧୭ ତାରିଖରୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ହେଉଛି ଅସମ୍ଭବ ଭିଡ଼।  ଏହାବାଦ ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ। ଏହି ଦିନ ସର୍ବାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମ୍ଭାବନା ଥିବାରୁ ଭିଡ଼ ବି ଅଧିକ ହେବ ବୋଲି ଆକଳନ କରାଯାଉଛି।

ତେଣୁ  ଆସନ୍ତାକାଲି ଯେମିତି ଅଧିକ ଭିଡ଼ ନ ହେବ ଓ ଗାଇଡଲାଇନ ଉଲ୍ଲଂଘନ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ।  ରାଜ୍ୟର ଅନେକ ସ୍ଥାନରୁ ନାମାଙ୍କନ ଦାଖଲ ବେଳେ ଭିଡ଼ ଜମୁଥିବାରୁ ଭିଡ଼ ରୋକିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।

ପ୍ରାର୍ଥୀଙ୍କ ସହ ସମର୍ଥକମାନେ ନାମାଙ୍କନ କେନ୍ଦ୍ରରେ ଭିଡ଼ କରୁଥିବାର ଦୃଶ୍ୟ ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି। ଆସନ୍ତାକାଲି ଶେଷ ଦିନରେ ସର୍ବାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମ୍ଭାବନା ରହିଛି। ଆଉ ଏହାକୁ ଦୃ୍ଷ୍ଟିରେ ରଖି  ଆସନ୍ତାକାଲି ଯେମିତି ଭିଡ଼ ଓ ଗାଇଡଲାଇନ ଉଲ୍ଲଂଘନ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ।

ସୂଚନାଯୋଗ୍ୟ, ଆସନ୍ତା ଫେବୃଆରୀ ୧୬ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ। ରାଜ୍ୟରେ ୫ଟି ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୧୬, ୧୮,୨୦,୨୨ ଓ ୨୪ତାରିଖରେ ହେବ। ସେହିପରି ଫେବୃଆରୀ ୨୬, ୨୭ ଓ ୨୮ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପରିଷଦ ଜୋନୱାରି ହେବ। ଭୋଟଗଣତି ସମାପ୍ତ ସହ ଫେବୃଆରୀ ୨୮ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ।  କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯାଇ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଯିବ ବୋଲି କହିଥିଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ  ।  ହେଲେ ଏବେ ତାହାର ଖୁଲମଖୁଲା ଉଲ୍ଲଘଂନ ଦେଖିବାକୁ ମିଲିଛି। ତେଣୁ ଭିଡ଼ ରୋକିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

Leave A Reply

Your email address will not be published.