ବିହାର ରେ ମହାମେଣ୍ଟ

0

ଭୁବନେଶ୍ୱର – 8/11 -ବିହାର ବିଧାନସଭା ନିର୍ବାଚନର ଗତ କଲି ଥିଲା ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ମତଦାନ ଶେଷ ହେବା ମାତ୍ରେ ବହୁ ସଂସ୍ଥା ପକ୍ଷରୁ କରାଯାଇଥିବା exit poll ସର୍ଭେ ପ୍ରକାଶ ପାଇଛି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସରକାର ଗଢିବାକୁ ୧୨୨ ଆସନ ଆବଶ୍ୟକ। କିନ୍ତୁ ସର୍ଭେ ଅନୁସାରେ ମହାମେଣ୍ଟ (RJD ,କଂଗ୍ରେସ) କୁ ଜନମତ ମିଳିବ ବୋଲି ଜଣାପଡିଛି। ଏବିପି-ସି ଭୋଟର ସର୍ଭେ ଅନୁଯାୟୀ ଏନ୍‌ଡିଏକୁ ୧୧୬ ସିଟ୍ ମିଳିବା ନେଇ ଏହି ସଂସ୍ଥା ପୂର୍ବାନୁମାନ କରିଥିବା ବେଳେ ଆର୍‌ଜେଡି ସାମିଲ ଥିବା UPA ମେଣ୍ଟକୁ ୧୨୦ ଆସନ ମିଳିପାରେ। ସେହିପରି ଟାଇମ୍ସ୍ ନାଓ -ସି ଭୋଟର ସର୍ଭେ ଅନୁଯାୟୀ ବିହାରରେ ଏନ୍‌ଡିଏ ମେଣ୍ଟକୁ ୧୧୬ ଓ ଆରଜେଡି ମେଣ୍ଟକୁ ୧୨୦ ଆସନ ମିଳିପାରେ।
ତେବେ ପ୍ରକୃତରେ ବିହାରରେ କିଏ ମାରିବ ବାଜି ସେନେଇ ଆସନ୍ତା ୧୦ ତାରିଖରେ ଭୋଟ ଗଣତି ପରେ ଚିତ୍ର ସ୍ପଷ୍ଟ ହେବ।ଅନ୍ୟପକ୍ଷରେ ଜନ୍‌ କି ବାତ୍ ସର୍ଭେ ଅନୁଯାୟୀ ଏନ୍‌ଡିଏକୁ ୯୧ରୁ ୧୧୭ ଓ UPAକୁ ୧୧୮ରୁ ୧୩୮ ଆସନ ମିଳିପାରେ।

Leave A Reply

Your email address will not be published.