ଡିସେମ୍ବର ୧ରୁ ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର, ୧୪।୧୧: ଆସନ୍ତା ଡିସେମ୍ବର ୧ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ। ଏହି ଅଧିବେଶନ ଡିସେମ୍ବର ୩୧ ଯାଏ ଜାରି ରହିବ। ଏହି ସମୟ ମଧ୍ୟରେ ମୋଟ୍‌ ୨୬ଟି କାର୍ଯ୍ୟ ଦିବସ ରହିବ। ଏହା ଭିତରେ ମୋଟ୍‌ ୫ଟି ଛୁଟି ଦିନ ରହିବ। ଛୁଟି ଦିନଗୁଡ଼ିକ ହେଲା, ଡିସେମ୍ବର ୫, ୧୨, ୧୯ ଓ ୨୬ (୪ଟି ରବିବାର)। ଏଥି ସହିତ ଡିସେମ୍ବର ୨୫ରେ ବଡ଼ଦିନ ଅବସରରେ ବିଧାନସଭାର ଅଧିବେଶନ ବନ୍ଦ ରହିବ।ତେବେ କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ଶୀତ ଅଧିବେଶନ ପରିଚାଳିତ ହେବ। ଏଥିପାଇଁ ବିଧାୟକମାନଙ୍କର ପୂର୍ବଭଳି କୋଭିଡ୍ ଟେଷ୍ଟ ମଧ୍ୟ କରାଯିବ । ପୂର୍ବରୁ ବିଧାନସଭା ଅଧିବେଶନ ଯେଉଁଭଳି ଭାବେ ହେଉଥିଲା, ଆଗାମୀ ଶୀତକାଳୀନ ଅଧିବେଶନ ମଧ୍ୟ ସେହିପରି ହୋଇପାରେ। ଅନ୍ୟପଟେ ଏଥର ଶୀତ ଅଧିବେଶନରେ ବିରୋଧୀମାନେ ମମିତା ମେହେର ହତ୍ୟାକାଣ୍ଡ ଓ ଦରଦାମ୍‌ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିପାରନ୍ତି ।

 

Comments are closed.