ହାଇକୋର୍ଟଙ୍କ ବିନା ଅନୁମତିରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲା ପ୍ରତ୍ୟାହାର ହୋଇପାରିବ ନାହିଁ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ହାଇକୋର୍ଟଙ୍କ ବିନା ଅନୁମତିରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିପାରିବେ ନାହିଁ। ଆଜି ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ଖୁବ କମ୍‌ ସମୟ ମଧ୍ୟରେ ରାଜ୍ୟ ସରକାର ପ୍ରତ୍ୟାହାର କରି ନେଉଥିବା ନେଇ ଅଭିଯୋଗ କରାଯାଇଥିବା ଏକ ଆବେଦନର ଶୁଣାଣି କରି ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ପ୍ରଧାନ ବିଚାରପତି ଏନ୍‌.ଭି ରମନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଛି। ଶୁଣାଣି ସମୟରେ ଆମିକସ୍ କ୍ୟୁରି ବିଜୟ ହାନ୍‌ସରିଆଙ୍କ ଦ୍ବାରା ସାଂସଦ ତଥା ବିଧାୟକଙ୍କ ବିରୋଧରେ ଚାଲିଥିବା ବିଚାରର ସ୍ଥିତି ଉପରେ ଦିଆଯାଇଥିବା ରିପୋର୍ଟକୁ ଆଧାର କରି ଖଣ୍ଡପୀଠ ଏହି ବିବୃତ୍ତି ଦେଇଛନ୍ତି।

ରାଜ୍ୟ ସରକାର, ସାଂସଦ ଓ ବିଧାୟକଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବା ଏକ ବଡ଼ ସମସ୍ୟା। କର୍ଣ୍ଣାଟକ ସରକାର ଏଭଳି ୬୧ ନେତାଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପ୍ରଦେଶରେ ମଧ୍ୟ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ହାଇକୋର୍ଟର ନିର୍ଦ୍ଦେଶ ବିନ‌ା ମାମଲା ପ୍ରତ୍ୟାହାରକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି।

 

 

Leave A Reply

Your email address will not be published.