୧୧୪୫୦ ଶିକ୍ଷକ ପଦବୀ ପୂରଣ ପାଇଁ ଖୁବଶୀଘ୍ର ବାହାରିବ ବିଜ୍ଞପ୍ତି

0

ଭୁବନେଶ୍ବର ୧୦।୮: ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧,୪୫୦ ଗୋଟି ଶିକ୍ଷକ ପଦବି ପୂରଣ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକ ପଦବୀ ପୂରଣ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି

ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୪୬୧୯ ଗୋଟି ଶିକ୍ଷକ ପଦବୀ ପୂରଣ କରାଯିବ ୨୦୫୫ଟି ହିନ୍ଦୀ, ୧୩୦୪ଟି ସଂସ୍କୃତ ୧୨୬୦ଟି ପିଇଟି ପଦବୀ ପୂରଣ ହେବା ପାଇଁ ଅଗଷ୍ଟ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ୬୦୬୫ଗୋଟି ଟିଜିଟି ଓ ତେଲଗୁ ଏବଂ ତୃତୀୟ ପର୍ଯ୍ୟାୟରେ ୯୪୦ ଗୋଟି ନୂତନ ସୃଷ୍ଟି ହୋଇଥିବା ଟିଜିଟି, କ୍ଲାସିକାଲ ଓ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି

Leave A Reply

Your email address will not be published.