ରାଜ୍ୟରେ ୧୧ ହଜାର ନର୍ସିଂ ଅଫିସର ପଦବୀ ସୃଷ୍ଟି

0

ଭୁବନେଶ୍ୱର, ୧୯।୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରିବାପାଇଁ ୧୧,୦୦୬ଟି ନୂତନ ନର୍ସିଂ ଅଫିସର ପଦବି ସୃଷ୍ଟି କରାଯାଇଛି। ଏହି ପଦବିଗୁଡ଼ିକ ରାଜ୍ୟର ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସହିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ତଥା ବିଭିନ୍ନ ମେଡ଼ିକାଲ କଲେଜରେ ପୂରଣ କରାଯିବ। ଏହିସବୁ ପଦବି ଗୁଡ଼ିକ ଦୁଇଟି ପର୍ଯ୍ୟାୟରେ ପୂରଣ କରାଯିବ। ଓଡ଼ିଶା ନର୍ସିଂ ସେବା ନିୟାମାବଳୀ ୨୦୧୯ ଅନୁଯାୟୀ ଏହି ପଦବିଗୁଡ଼ିକୁ ପୂରଣ କରାଯିବ।

ଏହି ନୂତନ ପଦବିଗୁଡ଼ିକ ମଧ୍ୟରୁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକରେ ୮୭୪ଟି ପଦବି, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ୫୪୦୦ଟି ଏବଂ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରଗୁଡ଼ିକରେ ୨୬୫୯ଟି ପଦବି ସୃଷ୍ଟି କରାଯାଇଛି ଏହିପରି ଜିଲ୍ଲାସ୍ତରରେ ସମୁଦାୟ ୮୯୩୩ଟି ପଦବି ସୃଷ୍ଟି କରାଯାଇଛି । ଏହାବ୍ୟତୀତ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ହସପିଟାଲ ଗୁଡ଼ିକରେ ମଧ୍ୟ ୨୦୭୩ଟି ପଦବି ସୃଷ୍ଟି କରାଯାଇଛି ।

Leave A Reply

Your email address will not be published.