ଆସନ୍ତାକାଲି ଉପସ୍ଥାପନ ହେବ ୧.୦୬ଲକ୍ଷ କୋଟି ଟଙ୍କାର କାମଚଳା ବଜେଟ୍

0

ଭୁବନେଶ୍ବର, ୨୯।୩: ୨୦୨୨-୨୩ ଆର୍ଥିକ ବର୍ଷ ପ୍ରଥମ ୪ ମାସ ପାଇଁ ୧.୦୬ଲକ୍ଷ କୋଟି ଟଙ୍କାର କାମଳଚା ବଜେଟ  ପ୍ରସ୍ତାବକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆସନ୍ତାକାଲି ବୁଧବାର ବିଧାନସଭାରେ ଉପସ୍ଥାପନ କରିବେ। ପଞ୍ଚାୟତ ଓ ପୌର ନିର୍ବାଚନ ଯୋଗୁ ଠିକ୍ ସମୟରେ ବଜେଟ୍ ଅଧିବେଶନ ଆରମ୍ଭ କରିବାରେ ସରକାର ବିଫଳ ହୋଇଥିବାରୁ କାମଚଳା ବଜେଟ୍ ଉପସ୍ଥାପନ କରି ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ବଜେଟକୁ ବିଧାନସଭାରେ ଗୃହୀତ କରାଇବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆସନ୍ତାକାଲି ୨୦୨୨-୨୩ ଆର୍ଥିକ ବର୍ଷର ବାର୍ଷିକ ବଜେଟ୍ ବ୍ୟୟବରାଦକୁ ଗୃହରେ ଉପସ୍ଥାପନ କରିବେ। ଏହା ପରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ଅନ୍ୟ ଏକ ମୋସନ୍ ମାଧ୍ୟମରେ ପ୍ରାୟ ୧ଲକ୍ଷ ୬ହଜାର ୪୯୭କୋଟି ଟଙ୍କାର ‘ଭୋଟ୍ ଅନ ଆକାଉଣ୍ଟ ଗ୍ରାଣ୍ଟ’ ନିମନ୍ତେ ଗୃହର ଅନୁମତି ପାଇଁ ଉପସ୍ଥାପନ କରିବେ। ଯାହାକି ମାର୍ଚ୍ଚ ୩୧ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଆକାରରେ ଗୃହର ଅନୁମୋଦନ ଲାଭ କରିବାର କାର୍ଯ୍ୟକ୍ରମ ରହିଛି । କରୋନା କାଳରେ ବି ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରାୟ ୧ଲକ୍ଷ ୬ହଜାର ୪୯୭କୋଟିର ଲେଖାନୁଦାନ ଆଗତ କରି ରାଜ୍ୟ ପୂର୍ଣ୍ଣାଙ୍ଗ ବଜେଟର ଆକାର ପୂର୍ବବର୍ଷଗୁଡ଼ିକ ତୁଳନାରେ ଅଧିକ ବଡ଼ ହେବାର ସନ୍ଦେଶ ଦେବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.